pakistan-violates-ceasefire-in-jk
ଆଜି ଭାରତ ଓ ପାକିସ୍ତାନ ମଧ୍ୟରେ ସନ୍ଧ୍ୟା ୫ଟାରୁ ଅସ୍ତ୍ରବିରତି ଲାଗୁ ହୋଇଥିବାବେଳେ ପୁଣି ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଛି ପାକିସ୍ତାନ । ପୁଣିଥରେ ଜମ୍ମୁ-କାଶ୍ମୀରରେ ସୀମାରେ ବିସ୍ଫୋରଣ ହୋଇଛି ।
 
ଏଲଓସି ନିକଟବର୍ତ୍ତୀ ଅଖନୁର, ରଜୌରୀ ଓ ପୁଞ୍ଚରେ ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଛି ପାକିସ୍ତାନ । ଏକାଧିକ ସ୍ଥାନରେ ପାକିସ୍ତାନ ପଟୁ ଡ୍ରୋନ ମାଡ଼ ସହ ପ୍ରବଳ ଗୁଳି ବର୍ଷଣ ହୋଇଛି । ଭାରତୀୟ ବର୍ଡର ସିକ୍ୟୁରିଟି ଫୋର୍ସ ପକ୍ଷରୁ ମୁହଁତୋଡ଼ ଜବାବ ଦିଆଯାଉଛି ।
 
ଶ୍ରୀନଗରରେ ୪-୫ଟି ଜାଗାରେ ବିସ୍ଫୋରଣ ଶବ୍ଦ ଶୁଭିବା ଖବର ଏକ୍ସରେ ଜଣାଇଲେ ଜମ୍ମୁ କାଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଏକ୍ସରେ ଜଣେଇଛନ୍ତି ।

By Nirvay

Leave a Reply

Your email address will not be published. Required fields are marked *