ଅଚଳ ହୋଇ ପଡ଼ିଛି ପରିବହନ ବିଭାଗର ୧୦୯ ବସ୍ । ତେଣୁ କ୍ଷତିରେ ଚାଲୁଛି OSRTC ବସ୍। ଦୁଇ ବର୍ଷରେ OSRTC କ୍ଷତି ସହିଲାଣି ୪୫ କୋଟି ୪୬ ଲକ୍ଷ ଟଙ୍କା। ଆଜି ବିଧାନସଭାରେ ଏ ନେଇ ଲିଖିତ ଉତ୍ତର ରଖିଛନ୍ତି ପରିବହନ ମନ୍ତ୍ରୀ ବିଭୂତି ଜେନା । ସେ କହିଛନ୍ତି ବିଗତ ୧୦ ବର୍ଷରେ ୫୪୦ଟି ବସ୍ କିଣିଥିଲା ପରିବହନ ବିଭାଗ। ସେଥିରୁ ଏବେ ୧୦୯ ସରକାରୀ ବସ୍ ଅଚଳ ହୋଇ ପଡ଼ିରହିଛି। ବସ ଯାନ୍ତ୍ରିକ ତ୍ରୁଟି ପାଇଁ ଅଚଳ ହୋଇପଡ଼ିଛି। । ସେଥିପାଇଁ OSRTC ବସ୍ ରେ ଆୟଠୁ ବ୍ୟୟ ବଢ଼ି ଯାଉଛି। OSRTC ବର୍ତ୍ତମାନ ୨୬୦ ଟି ରୁଟରେ ମୋଟ ୩୮୮ ଟି ବସ୍ ପରିଚାଳନା କରୁଛି। ଗତ ୨୦୨୨-୨୩ ଆର୍ଥିକ ବର୍ଷରେ ୧୮ କୋଟି ୮୩ ଲକ୍ଷ ଟଙ୍କା କ୍ଷତି ହୋଇଥିବାବେଳେ ୨୦୨୩-୨୪ ଆର୍ଥିକ ବର୍ଷରେ ୨୬ କୋଟି ୬୨ ଲକ୍ଷ ଟଙ୍କା କ୍ଷତି ହୋଇଛି। ସେହିପରି ୨୦୨୨-୨୩ରେ ୧୪୫ କୋଟି ଟଙ୍କା ଆୟ ହୋଇଥିବାବେଳେ ବ୍ୟୟ ହୋଇଛି ୧୬୪ କୋଟି ୧୨ ଲକ୍ଷ ଟଙ୍କା। Post navigation କଂଗ୍ରେସ କର୍ମୀଙ୍କ ଆକ୍ରମଣରେ ୧୨ ପୋଲିସ କର୍ମଚାରୀ ଆହତ ନବମ ଓ ଦଶମ ପିଲାଙ୍କୁ ମିଳିବ ମଧ୍ୟାହ୍ନ ଭୋଜନ