ବଢିଲା ଓଟିଇଟି-୨୦୨୫ ଆବେଦନ ଅବଧି । ଓଟିଇଟି-୨୦୨୫ ଆବେଦନ ଅବଧି ଆସନ୍ତା ୨୭ ପର୍ଯ୍ୟନ୍ତ ବଢ଼ିଲା। ଏ ନେଇ ମାଧ୍ୟମିକ ଶିକ୍ଷା ପରିଷଦ (BSE) ପକ୍ଷରୁ ସୂଚନା ଜାରି କରାଯାଇଛି । ପିଲାମାନଙ୍କ ଅନୁରୋଧ ଅନୁସାରେ ଅବଧି ବଢ଼ାଯାଇଥିବା ଜଣାପଡିଛି। ଓଟିଇଟି ୨୦୨୫ ପାଇଁ ଆବେଦନ ନଭେମ୍ବର ୧୧ ତାରିଖରୁ ଆରମ୍ଭ ହୋଇ ଆସନ୍ତାକାଲି ଶେଷ ହେବାର ଥିଲା। ଏହାକୁ ୨୭ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।

ସୂଚନାଯୋଗ୍ୟ, ଓଟିଇଟି ୨୦୨୫ ପରୀକ୍ଷା ଡିସେମ୍ବର ୧୭ (ବୁଧବାର) ରେ ଦୁଇଟି ସିଟିଂରେ (ପେପର-୧ ସକାଳ ୯ ଟାରୁ ୧୧.୩୦ ଟା ଏବଂ ପେପର-୨ ଅପରାହ୍ନ ୨ ଟାରୁ ୪.୩୦ ଟା) ଅନୁଷ୍ଠିତ ହେବ। ପ୍ରାର୍ଥୀମାନେ ଡିସେମ୍ବର ୧୦ ତାରିଖରୁ ଅଫିସିଆଲ୍ ୱେବସାଇଟ୍ www.bseodisha.ac.inରୁ ଓଟିଇଟି ପରୀକ୍ଷା ଆଡମିଟ୍ କାର୍ଡ ଡାଉନଲୋଡ୍ କରିପାରିବେ ।

Leave a Reply

Your email address will not be published. Required fields are marked *