ଆଜି ବିଧାନସଭା ଗୃହରେ ଦେଖା ଯାଇଛି ହାତାହାତି ପରିସ୍ଥିତି । ଉଭୟ ପକ୍ଷର ସଦସ୍ୟମାନଙ୍କ ମଧ୍ୟରେ ହାତାହାତି ପରିସ୍ଥିତି ସୃଷ୍ଟି ହୋଇଥିବାର ଦେଖା ଯାଇଛି। ଆଜି ଗୃହ କାର୍ଯ୍ୟ ଆରମ୍ଭରୁ ବିରୋଧୀ ବିଜେଡ଼ି ଏବଂ କଂଗ୍ରେସ ସଦସ୍ୟମାନେ ଗତକାଲିର ସମାନ ପ୍ରସଙ୍ଗକୁ ଉଠାଇ ନାରାବାଜି କରିବା ଆରମ୍ଭ କରିଦେଇଥିଲେ । ବିଜେଡି ବିଧାୟକମାନେ ବିଜେପି ବିଧାୟକ ଜୟନାରାୟଣ ମିଶ୍ରଙ୍କ ମନ୍ତବ୍ୟକୁ ନେଇ ବିଧାନସଭାରେ ହଟ୍ଟଗୋଳ କରିଥିବା ବେଳେ କଂଗ୍ରେସ ବିଧାୟକମାନେ ନାରୀ ନିର୍ଯ୍ୟାତନାକୁ ନେଇ ହୋହାଲ୍ଲା କରିଛନ୍ତି ।  ଏହାପରେ  ବିଧାୟକମାନେ ବାଚସ୍ପତିଙ୍କ ପୋଡ଼ିୟମକୁ ଚେଷ୍ଟା କରୁଥିବାବେଳେ ସୁରକ୍ଷାକର୍ମୀ ଅଟକାଇବାକୁ ଚେଷ୍ଟା କରିଛନ୍ତି । ସେହିପରି ରିପୋର୍ଟରଙ୍କ ଟେବୁଲ ଉପରେ ଚଢ଼ି ହେଡଫୋନ୍ କାଢ଼ି ଦେଇଛନ୍ତି ।

ଅନ୍ୟପଟେ ଅରୁଣ ସାହୁ କହିଛନ୍ତି ଓଡ଼ିଶା ଇତିହାସରେ ଏମିତି ହୋଇନଥିଲା। ଜୋର ଜବରଦସ୍ତ ଚଳାଇଲେ ବିଧାନସଭା ଗୃହ। ତାରାଙ୍କ କଲର ଧରି ବାଡ଼େଇଲେ ଜୟନାରାୟଣ ।

Leave a Reply

Your email address will not be published. Required fields are marked *