ଚଳିତ ରଣଜୀ ଟ୍ରଫିରେ ଲଗାତାର ଦୁଇ ପରାଜୟ ପରେ ଚଳିତ ରଣଜୀ ଋତୁରେ ଓଡ଼ିଶା ପ୍ରଥମ ବିଜୟ ହାସଲ କରିଛି। ସିଜିନର ୪ର୍ଥ ମ୍ୟାଚ୍‌ ଖେଳୁଥିବା ଓଡ଼ିଶା ବାରବାଟୀରେ ମହାରାଷ୍ଟ୍ରକୁ ୩ ୱିକେଟରେ ହରାଇ ଦେଇଛି। ପ୍ରଥମ ଇନିଂସରେ ଗୁରୁତ୍ୱପୂର୍ଣ୍ଣ ୩୮ ରନର ଲିଡ୍‌ ପାଇଥିବା ତୃତୀୟ ଦିନରେ ଏଥିରେ ଆଉ ୧୨୯ ରନ ଯୋଡ଼ି ମହାରାଷ୍ଟ୍ରକୁ ମାତ ଦେଇଛି।

ପୂର୍ବରୁ ମହାରାଷ୍ଟ୍ର ପ୍ରଥମ ଇନିଂସରେ ୧୬୨ ରନ କରି ଅଲଆଉଟ ହୋଇ ଯାଇଥିଲା । ଏହାର ଜବାବରେ ଓଡିଶା ୨୦୦ ରନ କରିବାକୁ ସକ୍ଷମ ହୋଇଥିଲା । ଓଡ଼ିଶା ପାଇଁ ସୁମିତ ଶର୍ମା ୪ଟି, ଅଧିନାୟକ ଗୋବିନ୍ଦ ପୋଦ୍ଦାର ୩ଟି, ତାରିଣୀ ସା ୨ଟି ଓ ସୂର୍ଯ୍ୟକାନ୍ତ ପ୍ରଧାନ ଗୋଟିଏ ୱିକେଟ ନେଇଥିଲେ।

ଦ୍ୱିତୀୟ ଇନିଂସରେ ମହାରାଷ୍ଟ୍ର ବ୍ୟାଟରଙ୍କୁ ପୁଣି ଓଡ଼ିଶାର ବୋଲାମାନେ ସ୍ପିନ ଜାଲରେ ଫସାଇଥିଲେ। ସୁମିତ ଶର୍ମା ୫ ୱିକେଟ ନେଇଥିବା ବେଳେ ପୋଦ୍ଦାର ପୁଣି ୩ ୱିକେଟ ଦଖଲ କରିଥିଲେ। ତାରିଣୀ ସାଙ୍କ ଖାତାକୁ ୨ଟି ୱିକେଟ ଯାଇଥିଲା। ଓଡ଼ିଶାର ଘାତକ ବୋଲିଂ ଯୋଗୁ ମହାରାଷ୍ଟ୍ର ତା’ର ଦ୍ୱିତୀୟ ଇନିଂସରେ କେବଳ ୧୬୬ ରନ କରିପାରିଥିଲା। ଏଥିଯୋଗୁ ଓଡ଼ିଶାକୁ ମ୍ୟାଚ୍‌ ଜିତିବା ପାଇଁ ୧୨୯ ରନର ଟାର୍ଗେଟ ମିଳିଥିଲା।

Leave a Reply

Your email address will not be published. Required fields are marked *