ଭିଜିଲାନ୍ସ ଜାଲରେ ନିର୍ବାହୀ ଯନ୍ତ୍ରୀ । ୨୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରାପଡିଲେ ଟିପିସିଓଡିଏଲ୍ ବିଭାଗର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ତୁଷାରକାନ୍ତ ରାୟ । ଆପାର୍ଟମେଣ୍ଟରେ ବିଦ୍ୟୁତ ସଂଯୋଗ କରାଇଦେବା ପାଇଁ ନେଉଥିଲେ ଲାଞ୍ଚ । ଲାଞ୍ଚ ଟଙ୍କା ଜବତ କରିବା ସହ ଯନ୍ତ୍ରୀଙ୍କ ଘରୁ ନଗଦ ୯ ଲକ୍ଷ ୫୩ ହଜାର ଟଙ୍କା ଜବତ କରାଯାଇଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ନେଇ ଯାଞ୍ଚ କରୁଛି ଭିଜିଲାନ୍ସ। ଏକାକାଳୀନ ୩ଟି ସ୍ଥାନରେ ଚାଲିଛି ରେଡ୍ କରାଯାଇଛି । ସୂଚନା ଯୋଗ୍ୟ; ଜଣେ ବିଦ୍ୟୁତ ଠିକାଦାରଙ୍କ ଦ୍ୱାରା ଏକ ଆପାର୍ଟମେଣ୍ଟ ବିଲ୍ଡିଂର ଟ୍ରାନ୍ସଫର୍ମରକୁ ବିଦ୍ୟୁତ ଯୋଗାଣ ପାଇଁ ଚୂଡ଼ାନ୍ତ ରିପୋର୍ଟ ଦେବାକୁ ଇଞ୍ଜିନିୟର ତୁଷାରକାନ୍ତ ରାୟଙ୍କୁ କହିଥିଲେ । କିନ୍ତୁ ଇଂ ରାୟ ରିପୋର୍ଟ ଦେବାକୁ ୨୦,୦୦୦ ଟଙ୍କା ଲାଞ୍ଚ ଦାବି କରିଥିଲେ । ଅନ୍ୟ କୌଣସି ଉପାୟ ନପାଇ, ଅଭିଯୋଗକାରୀ ଏହି ବିଷୟରେ ଭିଜିଲାନ୍ସ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରିଥିଲେ । ଗତକାଲି ବିଳମ୍ବିତ ରାତିରେ ଅଭିଯୋଗକାରୀଙ୍କୁ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ତାଙ୍କ ବାସଭବନକୁ ଡାକିଥିଲେ । ସେଠାରେ ପହଞ୍ଚିବା ପରେ, ସେ ତାଙ୍କୁ ତାଙ୍କ ଘର ବାହାରେ ଏକ ପାର୍କକୁ ନେଇଯାଇଥିଲେ । ସେଠାରେ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ନିର୍ବାହୀ ଯନ୍ତ୍ରୀ । Post navigation ୨ ପାକିସ୍ତାନୀ କ୍ରିକେଟରଙ୍କ ବିରୋଧରେ ବିସିସିଆଇର ଅଭିଯୋଗ ଇତିହାସ ରଚିଲା DRDO; ଟ୍ରେନ୍ରୁ ଉତ୍କ୍ଷେପଣ ହେଲା ମିଜାଇଲ୍