ରାଜ୍ୟରେ ବନ୍ୟଜନ୍ତୁ ସମ୍ପର୍କିତ ଅପରାଧ ବଢ଼ିବାରେ ଲାଗିଛି। ତେଣୁ ବନ୍ୟପ୍ରାଣୀ ଅପରାଧ ସମ୍ପର୍କିତ ମାମଲା ଶୁଣାଣି ପାଇଁ ସବୁ ଜିଲ୍ଲାରେ ପ୍ରତିଷ୍ଠା ହେବ ସ୍ୱତନ୍ତ୍ର ଅଦାଲତ । ବନ୍ୟପ୍ରାଣୀ ଶିକାର, ସେମାନଙ୍କ ବିରୋଧରେ ଘଟୁଥିବା ଅପରାଧକୁ ରୋକିବା ପାଇଁ ଏଭଳି ପଦକ୍ଷେପ ନିଆଯାଇଥିବା ସୂଚନା ମିଳିଛି। ଏଥିପାଇଁ ରାଜ୍ୟ ଆଇନ ବିଭାଗର ସୁପାରିସକୁ ଆଧାର କରି ହାଇକୋର୍ଟ ଏହି ନିଷ୍ପତ୍ତି ନେଇଥିବା ବେଳେ ପ୍ରତି ଜିଲ୍ଲା ପାଇଁ ମୁଖ୍ୟ ବିଚାର ବିଭାଗୀୟ ୨୯ ମାଜିଷ୍ଟ୍ରେଟ୍‌‌ ଓ ଜଣେ ଅତିରିକ୍ତ ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍‌‌ଙ୍କୁ ନିଯୁକ୍ତ କରିଛନ୍ତି।

ବନ୍ୟଜନ୍ତୁ ସଂପର୍କିତ ମାମଲା ଶୁଣାଣି ପାଇଁ ବିଭିନ୍ନ ଜିଲ୍ଲାରେ ମନୋନୀତ ସିଜେଏମ୍‌ ଓ ଅତିରିକ୍ତ ସିଜେଏମ୍‌ ଅଦାଲତଗୁଡ଼ିକର ତାଲିକା ଗୁଡିକ ହେଲା । ଅନୁଗୁଳ, ବଲାଙ୍ଗୀର, ବାଲେଶ୍ବର, ବରଗଡ଼, ଭଦ୍ରକ, ବୌଦ୍ଧ, କଟକ, ଦେବଗଡ଼, ଢେଙ୍କାନାଳ, ପାରଳାଖେମୁଣ୍ଡି , ବ୍ରହ୍ମପୁର, ଜଗତସିଂହପୁର, ଯାଜପୁର, ଝାରସୁଗୁଡ଼ା, ଭବାନୀପାଟଣା, ଫୁଲବାଣୀ , କେନ୍ଦ୍ରାପଡ଼ା, କେନ୍ଦୁଝର, ଖୋର୍ଦ୍ଧା, ଜୟପୁର, ମାଲକାନଗିରି, ବାରିପଦା, ନବରଙ୍ଗପୁର, ନୟାଗଡ଼, ନୂଆପଡ଼ା, ପୁରୀ, ରାୟଗଡ଼ା, ସମ୍ବଲପୁର, ସୋନପୁର, ସୁନ୍ଦରଗଡ଼ରେ ସି‌େଜଏମ୍‌ ଅଦାଲତ ଓ ରାଉରକେଲାରେ ଅତିରିକ୍ତ ସିଜେଏମ ଅଦାଲତ ସ୍ବତନ୍ତ୍ର ଅଦାଲତ ଭାବେ ବନ୍ତ୍ୟଜନ୍ତୁ ସଂପର୍କିତ ଆପରାଧିକ ମାମଲାଗୁଡ଼ିକର ଶୁଣାଣି କରାଯିବ ବୋଲି ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *