ଓଡ଼ିଆ ଚଳଚ୍ଚିତ୍ର ଜଗତକୁ ତାଙ୍କର ଆଜୀବନ ଅବଦାନ ପାଇଁ ବିଶିଷ୍ଟ ଲେଖକ, ନିର୍ଦ୍ଦେଶକ ତଥା ଥିଏଟର ବ୍ଯକ୍ତିତ୍ୱ ଅନନ୍ତ ମହାପାତ୍ରଙ୍କୁ ସମ୍ମାନଜନକ ଆୱାର୍ଡ ମୋହନ ସୁନ୍ଦର ଦେବ ଗୋସ୍ୱାମୀ ପୁରସ୍କାର ପ୍ରଦାନ କରାଯିବ | ତାଙ୍କୁ ୨୦୨୦ ବର୍ଷ ପାଇଁ ଏହି ପୁରସ୍କାର ମିଳିବ।
ସେହିଭଳି ସିନେମାଟୋଗ୍ରାଫର ଶ୍ରୀନିବାସ ମହାପାତ୍ରା ଏବଂ ବିଶିଷ୍ଟ କମେଡିଆନ ଜୟରାମ ସାମଲ ଯଥାକ୍ରମେ ୨୦୨୧ ଏବଂ ୨୦୨୨ ବର୍ଷ ପାଇଁ ଆଜୀବନ ଅବଦାନ ପାଇଁ ମୋହନ ସୁନ୍ଦର ଦେବ ଗୋସ୍ୱାମୀ ପୁରସ୍କାର ପାଇବେ।

ସଂସ୍କୃତି ମନ୍ତ୍ରୀ ସୂର୍ଯ୍ଯବଂଶୀ ସୁରଜ ଗୁରୁବାର ଦିନ ୨୦୨୦,୨୦୨୧ ଏବଂ ୨୦୨୨ ବର୍ଷ ପାଇଁ ରାଜ୍ଯ ଚଳଚ୍ଚିତ୍ର ପୁରସ୍କାର ବିଜେତାଙ୍କ ନାମ ଘୋଷଣା କରିଛନ୍ତି। ୨୦୨୦ ର ଶ୍ରେଷ୍ଠ ଚଳଚ୍ଚିତ୍ର ପାଇଁ ଶହୀଦ ରଘୁ ସର୍ଦ୍ଦାର,  ଶ୍ରେଷ୍ଠ ନିର୍ଦେଶକ ରାକେଶ ସାମଲ, ଶ୍ରେଷ୍ଠଅଭିନେତା ଦେବାଶିଷ ପାତ୍ର ଓ ଅମ୍ଲାନ ଦାସ  ଏବଂ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଭାବେ କାବ୍ୟା କିରଣ ଶୁକ୍ଲା ପୁରସ୍କୃତ ହେବେ | ୨୦୨୧ ରେ ଶ୍ରେଷ୍ଠ ଚଳଚ୍ଚିତ୍ର ପାଇଁ ପ୍ରତୀକ୍ଷା ଏବଂ ଡାଲଚିନି ଓ ୨୦୨୨ ର ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ଦମନ ମନୋନୀତ | ସେପରି ୨୦୨୧,୨୦୨୨ ପାଇଁ ଶ୍ରେଷ୍ଠ ନିର୍ଦେଶକ ସୁରେଶ ପଟ୍ଟନାୟକ ଓ ସୁଧାଂଶୁ ମୋହନ ସାହୁ ମନୋନୀତ | ସେପରି ଦମନ ଚଳଚ୍ଚିତ୍ର ପାଇଁ ଶ୍ରେଷ୍ଠ ଅଭିନେତା ଭାବେ ବାବୁସାନ ଓ ଅଭିନେତ୍ରୀ ଲୋପାମୁଦ୍ରା ମିଶ୍ର ମନୋନୀତ |

By Nirvay

Leave a Reply

Your email address will not be published. Required fields are marked *