ଓଡ଼ିଶା ପୋଲିସ ପ୍ରଶାସନରେ ଏକ ବଡ଼ ଧରଣର ଅଦଳବଦଳ ଓ ପଦୋନ୍ନତି ଦେଖିବାକୁ ମିଳିଛି। ଓଡ଼ିଶା ସରକାରଙ୍କ ଗୃହ ବିଭାଗ ପକ୍ଷରୁ ମଙ୍ଗଳବାର ଦିନ ଓଡ଼ିଶା ପୋଲିସ ସେବା (OPS) କ୍ୟାଡରର ୧୫ ଜଣ ଅତିରିକ୍ତ ଏସପିଙ୍କ ପଦୋନ୍ନତି ସମ୍ପର୍କରେ ଏକ ବିଜ୍ଞପ୍ତି ଜାରି କରାଯାଇଛି। ଏହି ଅଧିକାରୀମାନଙ୍କୁ ସୁପର ଟାଇମ୍ ସ୍କେଲ୍ ଅଧୀନରେ ଏସପି ପାହ୍ୟାକୁ ପଦୋନ୍ନତି ଦିଆଯାଇଛି।

ଏହି ପଦୋନ୍ନତି ସମ୍ପୂର୍ଣ୍ଣ ରୂପେ ଅସ୍ଥାୟୀ ଭିତ୍ତିରେ ଦିଆଯାଇଛି। ନିୟମ ଅନୁଯାୟୀ, ଅଫିସରମାନେ ପଦୋନ୍ନତି ପାଇବା ଦିନଠାରୁ ଗୋଟିଏ ବର୍ଷ, ଅବସର ଗ୍ରହଣ ସମୟ କିମ୍ବା ଓଡ଼ିଶା ଲୋକସେବା ଆୟୋଗ (OPSC) ର ସୁପାରିଶ ମିଳିବା ପର୍ଯ୍ୟନ୍ତ ଏହି ପଦବୀରେ ବଳବତ୍ତର ରହିବେ।

​ବର୍ତ୍ତମାନ ପାଇଁ ପରବର୍ତ୍ତୀ ନିର୍ଦ୍ଦେଶ ନଆସିବା ଯାଏଁ ଏହି ୧୫ ଜଣ ଅଧିକାରୀ ନିଜ ନିଜର ବର୍ତ୍ତମାନର ସ୍ଥାନ ଓ ପଦବୀରେ କାର୍ଯ୍ୟ ଜାରି ରଖିବେ ବୋଲି ସରକାର ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟପାଳଙ୍କ ଆଦେଶକ୍ରମେ ସରକାରଙ୍କ ଉପ-ସଚିବ ଆର. ପଣ୍ଡା ଏହି ବିଜ୍ଞପ୍ତି ଜାରି କରିଛନ୍ତି।

ପଦୋନ୍ନତି ପାଇଥିବା ଅଧିକାରୀଙ୍କ ହେଉଛନ୍ତି :- 

ପ୍ରଶାନ୍ତ କୁମାର ଦାସ (ଅତିରିକ୍ତ ଏସ୍‌ପି, ଗଞ୍ଜାମ)

ରଞ୍ଜିତ କୁମାର ପୃଷ୍ଟି (ଅତିରିକ୍ତ ଡିସିପି, କଟକ ୟୁପିଡି)

ସୁଶୀଲ କୁମାର ମିଶ୍ର (ଅତିରିକ୍ତ ଏସ୍‌ପି, ପୁରୀ)

ଅମରେନ୍ଦ୍ର ପଣ୍ଡା (ଅତିରିକ୍ତ ଡିସିପି, କଟକ ୟୁପିଡି)

ଦେବଦତ୍ତ ବରାଳ (ଅତିରିକ୍ତ ଏସ୍‌ପି, ରାଜ୍ୟ ପୋଲିସ ମୁଖ୍ୟାଳୟ)

ଅଜୟ କୁମାର ମିଶ୍ର (ଅତିରିକ୍ତ ଏସ୍‌ପି, ଆଇୟୁସିଏଡବ୍ଲ୍ୟୁ, ସମ୍ବଲପୁର)

ବିକାଶ ରଞ୍ଜନ ବେହୁରା (ଅତିରିକ୍ତ ଏସ୍‌ପି, ସିଆଇଡି-ସିବି, କଟକ)

ଅରୁଣ କୁମାର ନାୟକ (ଅତିରିକ୍ତ ଏସ୍‌ପି, ଭିଜିଲାନ୍ସ)

ଶିଶିର କୁମାର ମିଶ୍ର (ଅତିରିକ୍ତ ଏସ୍‌ପି, ଇଣ୍ଟେଲିଜେନ୍ସ, କଟକ ସିଆଇଡି-ସିବିରେ ଅବସ୍ଥାପିତ)

ସୂର୍ଯ୍ୟମଣି ପ୍ରଧାନ (ଅତିରିକ୍ତ ଏସ୍‌ପି, ଢେଙ୍କାନାଳ)

ବିଜୟ କୁମାର ମଲ୍ଲିକ (ଅତିରିକ୍ତ ଏସ୍‌ପି, ସିଆଇଡି-ସିବି, କଟକ)

ସଞ୍ଜୀବ କୁମାର ଶତପଥୀ (ଅତିରିକ୍ତ ଏସ୍‌ପି, ଏସଟିଏଫ)

ସତ୍ୟ ନାରାୟଣ ପ୍ରଧାନ (ଅତିରିକ୍ତ ଏସ୍‌ପି, ଓଏଚଆରସି, ଭୁବନେଶ୍ୱର)

ଅନନ୍ତ ପ୍ରସାଦ ମଲ୍ଲିକ (ଅତିରିକ୍ତ ଏସ୍‌ପି, ଭିଜିଲାନ୍ସ, ଜୟପୁର)

ସୁବାଷ ଚନ୍ଦ୍ର ପଣ୍ଡା-ବି (ଅତିରିକ୍ତ ଏସ୍‌ପି, ଆଇୟୁସିଏଡବ୍ଲ୍ୟୁ, ନୟାଗଡ଼)

Leave a Reply

Your email address will not be published. Required fields are marked *