ଆଜି ଏମଏମଡିଆର ବିଲର ବିରୋଧରେ କଂଗ୍ରେସ ଭବନଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏହି ସାମ୍ବାଦିକ ସମ୍ମିଳନୀରେ ଓପିସିସି ଗଣମାଧ୍ୟମ ଅଧ୍ୟକ୍ଷ ଅରବିନ୍ଦ ଦାସ ଓ ପୂର୍ବତନ ବିଧାୟକ ପ୍ରାର୍ଥୀ ସିଦ୍ଧାର୍ଥ ରାଉତରାୟ ତଥ୍ୟାନୁଯାୟୀ ସରକାର ଓ ବିଜେଡି ଦଳର ଆଭିମୁଖ୍ୟକୁ ଉଜାଗର କରିଥିଲେ।

ଗଣମାଧ୍ୟମକୁ ସମ୍ବୋଧିତ କରି କହିଛନ୍ତି, ଏମଏମଡିଆର ବିଲକୁ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଏବଂ ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠି ଗୁଡାକ ଖୁବ ଆମୋଦଦାୟକ ମନେ ହେଉଛି । ତୁ ତ ମୁତୁରୀ ମୁଁ ତ ମୁତୁରୀ ନ୍ୟାୟରେ ଦୁହେଁ ଆଚରଣ ପ୍ରଦର୍ଶନ କରୁଛନ୍ତି । ନିର୍ବାଚନ ଆସିଲେ ସାରା ରାଜ୍ୟ ସବୁଜମୟ ଦେଖାଯାଉଥିଲା କାରଣ ଲକ୍ଷ ଲକ୍ଷ କୋଟି ଟଙ୍କାର ଲୁଟ ପାଇଁ ତତ୍କାଳୀନ ସରକାର ବାଟ ଫିଟାଇ ଦେଇଥିଲେ ।

ଡ଼ିଏମଏଫ ଫଣ୍ଡରୁ ୯୦୦ ଗୋଟି ଗ୍ରାମକୁ ଅନୁଦାନ ଦିଆଯାଇଛି ଯେଉଁ ଗ୍ରାମଗୁଡିକର ଖଣି ସହ ଆଦୌ ସମ୍ପର୍କ ନାହିଁ । ଅପରପକ୍ଷେ ୫୦୦ ରୁ ଉର୍ଦ୍ଧ ଖଣି ପ୍ରଭାବିତ ଗ୍ରାମଗୁଡିକ କିଛି ଅନୁଦାନ ପାଇ ନାହାନ୍ତି ।

ବିଜେଡି ସାମ୍ବାଦିକ ସମ୍ମିଳନୀରେ ଆନ୍ଦୋଳନ କରିବେ ବୋଲି କେବଳ ଧମକ ଦେଉଛି କିନ୍ତୁ କଂଗ୍ରେସ ଉପରେ ଅଭିଯୋଗ କରାଯାଇ ପାରିବ ନାହିଁ । ଓପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ୱରେ ଅଗଷ୍ଟ ୨୩ ତାରିଖଠାରୁ ପ୍ରତ୍ୟେକ ଜିଲ୍ଲା ଏପରିକି ବ୍ଲକ ସ୍ତରରେ ମଧ୍ୟ ବିଭିନ୍ନ ଆନ୍ଦୋଳନ ହୋଇଛି । କଂଗ୍ରେସ ସମଭାବପନ୍ନ ଦଳ ମିଶିକି ବିଭିନ୍ନ ଆନ୍ଦୋଳନ, ପ୍ରତିବାଦ ଓ ଧାରଣା ଆଦି କାର୍ଯ୍ୟକ୍ରମ ରାଜରାସ୍ତାରେ କରୁଛି । କିନ୍ତୁ ଟିଭି କାର୍ଯ୍ୟକ୍ରମରେ କିଛି ସାମ୍ୱାଦିକ ରାଜନୈତିକ ଦଳ ସାମ୍ୱାଦିକ ସମ୍ମିଳନୀରେ ସୀମିତ ବୋଲି କହିବା ଦୁଖଃଦ ବୋଲି ଅରବିନ୍ଦ ଦାସ କହିଛନ୍ତି ।

ଧର୍ମେନ୍ଦ୍ର ପ୍ରଧାନ ପାଣି ଗୋଳିଆ କରୁଛନ୍ତି ବିଜେଡି ସମୟର ୫ ହଜାର କୋଟିର ରାଜସ୍ବକୁ ୫୦ ହଜାର କୋଟିକୁ ବୃଦ୍ଧି କରିବା ନିହାତି ଭ୍ରମାତ୍ମକ, ଧର୍ମେନ୍ଦ୍ର ପ୍ରଧାନ ୨୦୨୦ ରୁ ୨୦୨୪ ପର୍ଯ୍ୟନ୍ତ କ୍ରମାନ୍ୱୟରେ କାହିଁକି ରାଜସ୍ବ ଆଦାୟ ତଥ୍ୟ ଦେଲେ ନାହିଁ ବୋଲି ପ୍ରଶ୍ନ ପଚାରିଛନ୍ତି ଅରବିନ୍ଦ ଦାସ ।

ସେ କହିଛନ୍ତି କେବଳ ଖଣି ମାଲିକଙ୍କ ସ୍ୱାର୍ଥ ଦେଖିବାରେ ଧର୍ମେନ୍ଦ୍ର ପ୍ରଧାନ ବ୍ୟସ୍ତ । କଂଗ୍ରେସ ଏକମାତ୍ର ଦଳ ଯିଏ ସାଧାରଣ ଜନତାଙ୍କ ସ୍ୱାର୍ଥ ସକାଶେ ରାଜରାସ୍ତାରେ ଲଢେଇ କରୁଛି । ରାଷ୍ଟ୍ରପତି ସନନ୍ଦ କଲେ ବୋଲି କଣ ତାକୁ ଆଉ ପରିବର୍ତ୍ତନ କରାଯାଇ ପାରିବ ନାହିଁକି ? ଆସନ୍ତା ବିଧାନସଭା ଅଧିବେଶନରେ ଏମଏମଡିଆରକୁ ନେଇ ସ୍ୱତନ୍ତ୍ର ଆଲୋଚନା ନ ହେଲେ ବିଧାନସଭା ଚଳାଇଦେବୁ ନାହିଁ ବୋଲି ଅରବିନ୍ଦ ଦାସ କହିଛନ୍ତି ।

ସେହିପରି ପୂର୍ବତନ ବିଧାୟକ ପ୍ରାର୍ଥୀ ସିଦ୍ଧାର୍ଥ ରାଉତରାୟ କିଛି ତଥ୍ୟ ଉପସ୍ଥାପନ କରି କହିଲେ, ଖଣି ଉପରେ ୨୦ ବର୍ଷ ଉଠାଯାଇ ୫୦ ବର୍ଷ ହେଲା, ଜିଓଲୋଜିକାଲ ସର୍ଭେ ଅଫ ଇଣ୍ଡିଆ ବଦଳରେ ବେସରକାରୀ ସଂସ୍ଥା ବର୍ତମାନ ସର୍ଭେ କରିବେ, ଲୁହାପଥର ପାଇଁ ଖଣି ଲିଜ ନିଆହେଇଥିଲେ ଯଦି ଖଣି ଅଞ୍ଚଳ ପରିଧି ଭିତରେ ଅନ୍ୟ କୌଣସି ଖଣିଜ ଦ୍ରବ୍ୟ ମିଳିଲେ ମଧ୍ୟ ତାହା କମ୍ପାନୀର ଆପେ ହୋଇଯିବ, ନୂତନ ଆଇନ ଅନୁଯାୟୀ ପେସା ଆଇନର କୌଣସି କ୍ଷମତା ରହିବ ନାହିଁ ଆଦି ତଥ୍ୟ ପ୍ରଦାନ କରିବା ସହ କହିଥିଲେ ଯେ, ଯଦି ବିଜେପି ଦଳ ଓ କଂଗ୍ରେସ ଦଳର ଓଡିଶା ପ୍ରତି ପ୍ରକୁତ ମମତା ଅଛି ତେବେ ସମସ୍ତ କମ୍ପାନୀଙ୍କୁ ଓଡ଼ିଶାରେ ପଞ୍ଜିକରଣ କରିବା ପାଇଁ ନିୟମ କରନ୍ତୁ ବୋଲି ସିଦ୍ଧାର୍ଥ ରାଉତରାୟ ସରକାରଙ୍କୁ ଆହ୍ୱାନ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *