ଜେଲ ଭିତରେ ଏବଂ ପରିସରରେ କଏଦୀଙ୍କୁ ଜଗିବ AI କ୍ୟାମେରା । ଏ ନେଇ ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକ ପରେ ସୂଚନା ଦେଇଛନ୍ତି ଜେଲ୍‌ ଡିଜି । ସେ କହିଛନ୍ତି ୨୦ଟି ଜେଲ୍‌ରେ ଭିଡିଓ ଆନାଲିଟିକ୍ସ ସହିତ ଏଆଇ କ୍ୟାମେରା-ଆଧାରିତ ସିସିଟିଭି ସିଷ୍ଟମ୍ ପୂର୍ବରୁ ସ୍ଥାପନ କରାଯାଇଛି। କନସର୍ଟିନା ତାର ସହିତ ପରିଧି କାନ୍ଥର ଉଚ୍ଚତା ବୃଦ୍ଧି କରିବା ଏବଂ ଅନ୍ୟାନ୍ୟ ସୁରକ୍ଷା-ସମ୍ବନ୍ଧୀୟ ଭିତ୍ତିଭୂମିକୁ ଉନ୍ନତ କରିବା ପାଇଁ ମଧ୍ୟ ପଦକ୍ଷେପ ନିଆଯାଇଛି।। ସେଥିପାଇଁ ଆଉ ଖସି ପାରୁ ନାହାନ୍ତି କଏଦୀ । ଜେଲ୍‌ ପାଚେରୀ ପାଖକୁ ଗଲେ ବାଜୁଛି ଆଲାରମ ।

ଏହା ସହ ଜେଲ ଭିତରେ ମଧ୍ୟ ଗଣ୍ଡଗୋଳ ନିୟନ୍ତ୍ରଣ ପାଇଁ ଲାଗିବ AI କ୍ୟାମେରା । ଏକାଧିକ ଲୋକ ଏକାଠି ହେଲେ ମିଳିବ ଆଲର୍ଟ । ରାଜ୍ୟର ୭ ସର୍କଲ ଜେଲରେ ଆରମ୍ଭ ହେବ ମୁକ୍ତାକାଶ ଜେଲ୍‌ । ଏଥିସହିତ ୨୦୦୦ ମସିହାରୁ ସମସ୍ତ ପଳାୟନ କଏଦୀ ଏବଂ ପାରୋଲ୍ କିମ୍ବା ଫର୍ଲୋ ଜମ୍ପରଙ୍କୁ ଧରିବା ପାଇଁ ଆଉ ଏକ ସ୍ୱତନ୍ତ୍ର ଅଭିଯାନ ଚାଲିଛି ବୋଲି କହିଛନ୍ତି ଜେଲ୍‌ ଡିଜି।

Leave a Reply

Your email address will not be published. Required fields are marked *