ନିଟ୍ ପେପର୍ ଲିକକୁ ନେଇ ପ୍ରଧାନମନ୍ତ୍ରୀଙ୍କ ଦିଲ୍ଲୀ ବାସଭବନ ଆଗରେ କଂଗ୍ରେସର ଧାରଣା । ଆଜି କଂଗ୍ରେସ ପକ୍ଷରୁ ନୂଆଦିଲ୍ଲୀ ଲୋକ କଲ୍ୟାଣ ମାର୍ଗରେ ଥିବା ପ୍ରଧାନମନ୍ତ୍ରୀଙ୍କ ସରକାରୀ ବାସଭବନ ସମ୍ମୁଖରେ ଧାରଣା ଦିଆଯାଇଛି । କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ସହ ସଂସଦରେ NEET ଆଲୋଚନା ପାଇଁ ଦାବି କରିଛି କଂଗ୍ରେସ । ଏହି ଧାରଣାରେ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ, ପ୍ରିୟଙ୍କା ଗାନ୍ଧୀ ଏବଂ ରାହୁଲ ଗାନ୍ଧୀ ଧାରଣାରେ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି । ଅନ୍ୟପଟେ ଅତ୍ୟନ୍ତ ସମ୍ବେଦନଶୀଳ ଅଞ୍ଚଳ ହୋଇଥିବାରୁ ଧାରଣାରେ ବସିଥିବା କଂଗ୍ରେସ ନେତାଙ୍କୁ ଭେଟିଛନ୍ତି ମନ୍ତ୍ରୀ ଜିତେନ୍ଦ୍ର ସିଂ। ଧାରଣା ପ୍ରତ୍ୟାହାର ପାଇଁ ରାହୁଲଙ୍କ ସହ ଆଲୋଚନା କରିଥିବା ଜଣାପଡ଼ିଛି। Post navigation AI Cameras to be Installed in Jails: କଏଦୀଙ୍କୁ ଜଗିବ AI କ୍ୟାମେରା: ଜେଲ୍ ଡିଜି Naveen seeks Dharmendra Pradhan’s resignation: ନିଟ୍ ପେପର୍ ଲିକ୍ ମାମଲା; କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି କଲେ ନବୀନ ପଟ୍ଟନାୟକ