ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଫାଇଲ ଚୋରି ମାମଲାରେ ପୂର୍ବତନ ଆଇଏଏସ୍ ଅଧିକାରୀ ଭୈରବ କାର୍ତ୍ତିକେୟନ ପାଣ୍ଡିଆନଙ୍କ ପାଇଁ ବଢ଼ିଲା ଅଡ଼ୁଆ । ଦୁଇ ଜଣ ଆଇଏଏସ୍ ଅଧିକାରୀଙ୍କ ପରେ ପାଣ୍ଡିଆନଙ୍କୁ ନୋଟିସ୍ ଜାରି କରିଛି କ୍ୟାପିଟାଲ୍ ଥାନା ପୋଲିସ । ଆସନ୍ତା ୨୫ ତାରିଖ ଦିନ ୧୧ଟାରେ ଏସିପି ଜୋନ୍‌-୧ଙ୍କ ପାଖରେ ହାଜର ହେବାକୁ ନିର୍ଦ୍ଦେଶ ରହିଛି । ସାଥିରେ ମାମଲାରେ ଜଡ଼ିତ ଥିବା ସମସ୍ତ ଦସ୍ତାବିଜ, ବୈଦ୍ୟୁତିକ ସାମଗ୍ରୀ ଆଦି ଆଣିବାକୁ ନିର୍ଦ୍ଦେଶରେ କୁହାଯାଇଛି ।

ଅନ୍ୟପଟେ ଏହି ମାମଲାରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଛନ୍ତି । ତଦନ୍ତରେ ଅଗ୍ରଗତି ନେଇ ପୋଲିସ କମିଶନର ଓ ଡିସିପିଙ୍କ ସୂଚନା ଦେଇଛନ୍ତି। ଫାଇଲ ଚୋରି କରିଥିବା ବ୍ୟକ୍ତି ଅସୁସ୍ଥ ଥିବା କହିଛନ୍ତି ରାଜସ୍ବ ମନ୍ତ୍ରୀ । ସୁସ୍ଥ ହେବା ପରେ ସନ୍ଦେହରେ ଥିବା ଅଫିସରଙ୍କୁ ଜେରା କରାଯିବ । ପର୍ଯ୍ୟାୟ କ୍ରମେ ନୋଟିସ୍ ଜାରି କରାଯିବା ସହିତ ସମସ୍ତ ତଥ୍ୟକୁ ଅନୁଧ୍ୟାନ କରାଯାଉଛି । ସୋପାନ ସୋପାନ ହୋଇ ତଦନ୍ତ ଜାରି ରହିଛି । ଯିବେ ବି ଦୋଷୀ ହୋଇଥିବେ ଧରାପଡ଼ିବେ ।

Leave a Reply

Your email address will not be published. Required fields are marked *