ଭୁବନେଶ୍ୱର ; ଗତକାଲିର କାଳବୈଶାଖୀ ପରେ ତାତିରୁ ସାମାନ୍ୟ ଆଶ୍ବସ୍ତି ମିଳିଥିବା ବେଳେ। ପୁଣି ରାଜ୍ୟରେ ଗ୍ରୀଷ୍ମ ପ୍ରକୋପ ଜାରି ରହିଛି । ଅସହ୍ୟ ତାତିରେ ଛଟପଟ ହେଉଛି ସାରା ଓଡ଼ିଶା। ଆଜି ଦିନ ସାଢ଼େ ୧୧ଟାରେ ୪୦ ଡିଗ୍ରୀ ଟପି ଛି ତାପମାତ୍ରା । ଗତ କିଛି ଦିନ ହେବ ରାଜ୍ୟରେ ହିଟୱେଭ୍ ଜାରି ରହିଛି। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଗୁରୁବାର ଭଦ୍ରକ, ଅନୁଗୁଳ, ମୟୂରଭଞ୍ଜ, କେନ୍ଦୁଝର, ବଲାଙ୍ଗୀର, ସୋନପୁର, ନୟାଗଡା, ବୌଦ୍ଧ, ଗଞ୍ଜାମ, ଯାଜପୁର, ଢ଼େଙ୍କାନାଳ, ବରଗଡ, ନୁଆପଡା, କେନ୍ଦ୍ରାପଡା ଆଦି ୧୧ ଟି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।
ଆଜି ରାଜ୍ୟର ସବୁଠୁ ଉତ୍ତପ୍ତ ସହର ହେଉଛି ବାଲେଶ୍ୱର । ଦିନ ସାଢ଼େ ୧୧ ସୁଦ୍ଧା ବାଲେଶ୍ୱର ୪୦.୬ ଡିଗ୍ରୀ ରହିଛି । ସେହିଭଳି ଝାରସୁଗୁଡ଼ା ଓ କେନ୍ଦୁଝର ୪୦, ସମ୍ବଲପୁର ୩୯.୭, ହୀରାକୁଦ ୩୯ ରାଉରକେଲା ୩୮.୪, ଓ ଭୁବନେଶ୍ୱର ତାପମାତ୍ରା ୩୮ ଡିଗ୍ରୀ ରହିଛି ।

By SonaliP

Leave a Reply

Your email address will not be published. Required fields are marked *