ଚିଟ୍ ଫଣ୍ଡ ଟଙ୍କା ଫେରସ୍ତ ନେଇ ନୂଆ ନିର୍ଦ୍ଦେଶାବଳୀ ପ୍ରସ୍ତୁତ କରୁଛନ୍ତି ସରକାର । ବିଧାନସଭାରେ ଉତ୍ତର ରଖିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଟଙ୍କା ଫେରସ୍ତ ପ୍ରକ୍ରିୟା ସରଳୀକରଣ କରିବାକୁ ନୂଆ ନିର୍ଦ୍ଦେଶାବଳୀ ପ୍ରସ୍ତୁତ କରାଯାଉଥିବା ନେଇ  କହିଛନ୍ତି ମୁଖ୍ୟମନ୍ତ୍ରୀ । ସେ କହିଛନ୍ତି ନୂଆ ସରକାର ଟଙ୍କା ଫେରସ୍ତ ପ୍ରକ୍ରିୟାକୁ ସରଳୀକରଣ କରିବେ । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୯୬ ହଜାର ୪୭୪ ଜଣ କ୍ଷତିଗ୍ରସ୍ତ ହିତାଧିକାରୀଙ୍କୁ ୪୫ କୋଟି ୬୯ ଲକ୍ଷ ଟଙ୍କା ଫେରସ୍ତ କରାଯାଇଛି । ଅବଶିଷ୍ଟ ହିତାଧିକାରୀଙ୍କୁ ଟଙ୍କା ଫେରସ୍ତ କରାଯିବା ନେଇ ସରକାର ତ୍ୱରିତ ପଦକ୍ଷେପ ନେଉଛନ୍ତି । ସେହିପରି ୭ଟି ଅନ୍ତରୀଣ ରିପୋର୍ଟରେ ୪ ଲକ୍ଷ ୭୨ ହଜାର ୬୫୧ ଜଣଙ୍କୁ ସୁପାରିସ୍ କରିଥିଲେ କମିଶନ ।

ସୂଚନା ଯୋଗ୍ୟ; ରାଜ୍ୟରେ ୧୬୩ଟି ଚିଟଫଣ୍ଡ ସଂସ୍ଥା ପ୍ରାୟ ୬ ଲକ୍ଷ ଜମାକାରୀଙ୍କଠାରୁ ଟଙ୍କା ଲୁଟିଛନ୍ତି । ସି-ସୋର, ଅର୍ଥତତ୍ତ୍ବ, ସାରଦା, ମାଇକ୍ରୋ ଫାଇନାନ୍ସ ଭଳି କମ୍ପାନୀ ଲୋକଙ୍କୁ ଠକି ସେମାନଙ୍କ ଟଙ୍କା ହଡପ କରିଛନ୍ତି । ପାଖାପାଖି ୧୦୦ କୋଟିରୁ ଉର୍ଦ୍ଧ୍ବଟଙ୍କା ପାଇବେ କ୍ଷତିଗ୍ରସ୍ତ ।

Leave a Reply

Your email address will not be published. Required fields are marked *