ରାଜ୍ୟର ଚାଷୀମାନଙ୍କ ପାଇଁ ଏକ ବଡ଼ ଖୁସି ଖବର। ରାଜ୍ୟର ଚାଷୀମାନଙ୍କୁ ଆର୍ଥିକ ପ୍ରୋତ୍ସାହନ ଯୋଗାଇଦେବା ପାଇଁ ଓଡ଼ିଶା ସରକାର ‘ସିଏମ୍-କିଷାନ’ ଯୋଜନାର ପଞ୍ଚମ କିସ୍ତି ଅର୍ଥ ରାଶି ପ୍ରଦାନ କରିଛନ୍ତି। ଭୁବନେଶ୍ୱରଠାରେ ଆୟୋଜିତ ଏକ ବିଶେଷ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସିଧାସଳଖ ହିତାଧିକାରୀଙ୍କ ଆକାଉଣ୍ଟକୁ DBT ମାଧ୍ୟମରେ ୨,୦୦୦ ଟଙ୍କା ଲେଖାଏଁ ପଠାଇଛନ୍ତି।

ରାଜ୍ୟର ପ୍ରାୟ ୪୧ ଲକ୍ଷରୁ ଊର୍ଦ୍ଧ୍ୱ କୃଷକ ପରିବାର ଏହି ଯୋଜନାରେ ସିଧାସଳଖ । ଏହି କାର୍ଯ୍ୟକ୍ରମ ଜରିଆରେ ୮୩୩ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଛି।

ଏହି ଯୋଜନାରେ କ୍ଷୁଦ୍ର ଓ ନାମମାତ୍ର ଚାଷୀ, ବିଶେଷ ଭାବରେ ସଂକଟାପନ୍ନ ଜନଜାତି ସମୂହ ଏବଂ ଭୂମିହୀନ ଚାଷୀ ପରିବାରଗୁଡ଼ିକୁ ସାମିଲ କରାଯାଇଛି। କୃଷି କାର୍ଯ୍ୟକୁ ଉତ୍ସାହିତ କରିବା ସହ ଚାଷୀଙ୍କୁ ସବଳ କରିବା ଏହି ସହାୟତାର ମୁଖ୍ୟ ଉଦ୍ଦେଶ୍ୟ।

Leave a Reply

Your email address will not be published. Required fields are marked *