ପ୍ରଥମ ଶ୍ରେଣୀ ପାଠ୍ୟପୁସ୍ତକକୁ ନେଇ ଉଠିଥିବା ବିବାଦ ଓ ତ୍ରୁଟି ଅଭିଯୋଗ ଉପରେ ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗୋଣ୍ଡ। ସେ ଏହି ଅଭିଯୋଗଗୁଡ଼ିକୁ ସମ୍ପୂର୍ଣ୍ଣ ଖଣ୍ଡନ କରିବା ସହ ସ୍ପଷ୍ଟୀକରଣ ଦେଇଛନ୍ତି। ମିଡିଆରେ ପ୍ରକାଶିତ ହେଉଥିବା ତ୍ରୁଟିର ଅଭିଯୋଗକୁ ସମ୍ପୂର୍ଣ୍ଣ ରୂପେ ଅସ୍ୱୀକାର କରିବା ସହ ଖୁବଶୀଘ୍ର ଛାତ୍ରଛାତ୍ରୀଙ୍କୁ ନୂଆ ଏବଂ ସଂଶୋଧିତ ବହି ଯୋଗାଇ ଦିଆଯିବ ବୋଲି ଘୋଷଣା କରିଛନ୍ତି।

ସେ କହିଛନ୍ତି ପ୍ରଥମ ଶ୍ରେଣୀ ପାଠ୍ୟପୁସ୍ତକକୁ ନେଇ ଯେଉଁଭଳି ଭୁଲ୍ ଥିବା ନେଇ ଗଣମାଧ୍ୟମରେ ଦର୍ଶାଯାଉଛି, ପ୍ରକୃତରେ ସେପରି କୌଣସି ତ୍ରୁଟି ନାହିଁ। ମିଡିଆର ଏକ ବର୍ଗ ଦ୍ୱାରା ଏହାକୁ ଭୁଲ୍ ଭାବରେ ଉପସ୍ଥାପନ କରାଯାଉଛି। ସୃଷ୍ଟି ହୋଇଥିବା ସନ୍ଦେହକୁ ଦୂର କରିବା ପାଇଁ ଅତି ଶୀଘ୍ର ସଂଶୋଧିତ ନୂଆ ବହି ଛାତ୍ରଛାତ୍ରୀଙ୍କୁ ବଣ୍ଟନ କରାଯିବ। ପାଠ୍ୟପୁସ୍ତକରେ ‘ନିମ୍ବୁଡ଼ା ନିମ୍ବୁଡ଼ା’ ଗୀତର ସଂଯୋଜନାକୁ ନେଇ କରାଯାଉଥିବା ସମାଲୋଚନା ଉପରେ ସେ କହିଛନ୍ତି ଯେ, ଜାତୀୟ ଶିକ୍ଷାନୀତି (NEP) ଅନୁସାରେ ଅନ୍ୟ ରାଜ୍ୟର ସଂସ୍କୃତି ଓ ଗୀତ ବିଷୟରେ ପିଲାଙ୍କୁ ଅବଗତ କରାଇବା ପାଇଁ ଏହାକୁ ସ୍ଥାନ ଦିଆଯାଇଛି। ଏହାକୁ ଭୁଲ୍ ଭାବରେ ଦର୍ଶାଯିବା ଅନୁଚିତ।

 

Leave a Reply

Your email address will not be published. Required fields are marked *