Odisha Crime Branch
ରାଜ୍ୟରେ ଚର୍ଚ୍ଚିତ ନାଇଡୁ କମିଶନ ରିପୋର୍ଟ ଗାୟବ ମାମଲାର ତଦନ୍ତକୁ ତ୍ୱରାନ୍ଵିତ କରିଛି କ୍ରାଇମବ୍ରାଞ୍ଚ । ରିପୋର୍ଟ କେଉଁ ପରିସ୍ଥିତିରେ ହଜିଲା ସେ ନେଇ ବିଭିନ୍ନ ବିଭାଗରୁ ତଥ୍ୟ ମାଗିଛି କ୍ରାଇମବ୍ରାଞ୍ଚ ।
 
କ୍ରାଇମବ୍ରାଞ୍ଚ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ, ମୁଖ୍ୟ ଶାସନ ସଚିବ ଏବଂ ଗୃହ ବିଭାଗକୁ ଚିଠି ଲେଖି ବିସ୍ତୃତ ତଥ୍ୟ ମଗାଯାଇଛି । ଚିଠିରେ କ୍ରାଇମବ୍ରାଞ୍ଚ ମୁଖ୍ୟତଃ ୩ଟି ପ୍ରଶ୍ନ ଉପରେ ସ୍ପଷ୍ଟୀକରଣ ମାଗିଛି: କିଏ ଫାଇଲ୍ ଡିଲ୍ କରେ ଏବଂ କେଉଁ ବିଭାଗରେ ଏହି ଫାଇଲ୍ ରହେ, କିଏ ଫାଇଲ ରିସିଭ୍ କରିଥିଲା ସେ ନେଇ ରେକର୍ଡ ଓ ଦସ୍ତଖତ ବିବରଣୀ ଏବଂ ଫାଇଲ୍‌ର ଗତିବିଧି ଓ ଶେଷ ଥର କେଉଁଠି ଦେଖାଯାଇଥିଲା ତାର ସମ୍ପୂର୍ଣ୍ଣ ତଥ୍ୟ ।

By Nirvay

Leave a Reply

Your email address will not be published. Required fields are marked *