ରାଜ୍ୟରେ ଲଗାଣ ବର୍ଷା ଯୋଗୁଁ ବଢୁଥିବା ଜଳସ୍ତରକୁ ନିୟନ୍ତ୍ରଣ କରିବା ପାଇଁ ହୀରାକୁଦ ଜଳଭଣ୍ଡାରୁ ବର୍ତ୍ତମାନ ମୋଟ ୨୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ କରାଯାଉଛି । ହୀରାକୁଦକୁ ପ୍ରବେଶ କରୁଛି ୩ ଲକ୍ଷ ୮୯ ହଜାର ୭୦୭ କ୍ୟୁସେକ ଜଳ । ସେତିକି ପରିମାଣର ଜଳ ଅର୍ଥାତ ୩ ଲକ୍ଷ ୮୯ ହଜାର ୭୦୭ କ୍ୟୁସେକ ଜଳ ନିଷ୍କାସନ ମଧ୍ୟ ହେଉଛି । ଫଳରେ ଡ୍ୟାମ୍ର ଜଳସ୍ତର ସ୍ଥିର ରହିଛି। ବର୍ତମାନ ହୀରାକୁଦ ଡ୍ୟାମ୍ର ଜଳସ୍ତର ୬୨୫.୪୭ ଫୁଟ୍ ରହିଛି । ପ୍ରଶାସନ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଆଜି ସକାଳ ୧୧ ଟା ସୁଦ୍ଧା ମୁଣ୍ଡଳୀ ଦେଇ ପ୍ରାୟ ୬.୬୯ ଲକ୍ଷ କ୍ୟୁସେକ ବନ୍ୟା ଜଳ ପ୍ରବାହିତ ହେଉଛି । ଜଳସମ୍ପଦ ବିଭାଗ ସୂଚନା ଅନୁସାରେ ଡ୍ୟାମ୍ରେ ଜଳ ଆସୁଥିବା ପରିମାଣ ଓ ନିଷ୍କାସନ ଉପରେ ଲଗାତାର ନଜର ରଖାଯାଉଛି । ପରିସ୍ଥିତିକୁ ଦୃଷ୍ଟିରେ ରଖି ଆବଶ୍ୟକ ଅନୁଯାୟୀ ଆହୁରି ଗେଟ୍ ଖୋଲାଯାଇପାରେ । Post navigation CWG 2026: Neeraj Chopra Clinches Silver, Yasveer Singh Takes Bronze Missing Naidu Commission File: ନାଇଡୁ କମିଶନ ରିପୋର୍ଟ ଗାୟବ ମାମଲାରେ ତଥ୍ୟ ମାଗିଲା କ୍ରାଇମବ୍ରାଞ୍ଚ