ଆସନ୍ତା ୩ ତାରିଖ ସୋମବାର ଦିନ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଧାରିତ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ । ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଏ ସମ୍ପର୍କରେ ସୂଚନା ଦିଆଯାଇଛି । ମୁଖ୍ୟମନ୍ତ୍ରୀଙ୍କର ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ରହିଥିବାରୁ ନିର୍ଦ୍ଧାରିତ ଜନ ଅଭିଯୋଗ ଶୁଣାଣିକୁ ବାତିଲ କରାଯାଇଛି । ବିଭାଗ ପକ୍ଷରୁ କୁହାଯାଇଛି ଯେ, ପରବର୍ତ୍ତୀ ଜନ ଅଭିଯୋଗ ଶୁଣାଣିର ନୂତନ ତାରିଖ ସମ୍ପର୍କରେ ପରେ ସୂଚନା ଦିଆଯିବ । ତେଣୁ ଅଭିଯୋଗ ନେଇ ଆସୁଥିବା ସାଧାରଣ ଲୋକଙ୍କୁ ଏ ସମ୍ପର୍କରେ ସୂଚିତ ରହିବାକୁ ଅନୁରୋଧ କରାଯାଇଛି । Post navigation Mahanadi Water Dispute: ଦିଲ୍ଲୀରେ ଓଡ଼ିଶା-ଛତିଶଗଡ଼ ବୈଠକରେ ହୋଇଥିବା ଆଲୋଚନାକୁ ସାର୍ବଜନୀନ କରିବାକୁ ବିଜେଡିର ଦାବି President Droupadi Murmu Gives Assent to Anti-Paper Leak Bill