ଗତ କିଛିଦିନ ଧରି ବାଲେଶ୍ୱର ଓ ମୟୂରଭଞ୍ଜ ଜିଲ୍ଲାରେ ଲଘୁଚାପ ବର୍ଷା ଲାଗି ରହିଥିବା ବେଳେ ଏହାର ପ୍ରଭାବରେ ବୁଢ଼ାବଳଙ୍ଗ, ବୈତରଣୀ,ସୁବର୍ଣ୍ଣରେଖା ଓ ଜଳକା ନଦୀର ଜଳସ୍ତର ବଢ଼ିବାରେ ଲାଗିଛି । ଫଳରେ ବାଲେଶ୍ୱରରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି ।

ଲଘୁଚାପଜନିତ ଲଗାଣ ବର୍ଷାରେ ବାଲେଶ୍ୱରରେ ବନ୍ୟା ସ୍ଥିତି ଦେଖାଦେବା ସହ ଏକାଧିକ ଗାଁ ପାଣିଘେରରେ ରହିଛନ୍ତି। ବାଲେଶ୍ୱର ଜିଲ୍ଲାର ବାଲିଆପାଳ, ଭୋଗରାଇ, ଜଳେଶ୍ୱର ଓ ବସ୍ତା ବ୍ଲକର ଅନେକ ଅଞ୍ଚଳ ପ୍ରଭାବିତ ହୋଇଛି । ଲୋକେ କିପରି ବନ୍ୟା ଜଳ ମଧ୍ୟରେ ନିଜର ଜୀବନ ବିତାଉଛନ୍ତି ସେ ସ୍ଥିତି ସମ୍ପର୍କରେ ଅନୁଧ୍ୟାନ କରିବା ପାଇଁ ଆଜି ଆକାଶ ମାର୍ଗରୁ ବାଲିଆପାଳ ଓ ଭୋଗରାଇର ପ୍ରଭାବିତ ଅଞ୍ଚଳରେ ବନ୍ୟା ସ୍ଥିତି ଅନୁଧ୍ୟାନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଲୋକେ କିପରି ବନ୍ୟା ଜଳ ମଧ୍ୟରେ ନିଜର ଜୀବନ ବିତାଉଛନ୍ତି ସେ ସ୍ଥିତି ସମ୍ପର୍କରେ ମଧ୍ୟ ଅନୁଧ୍ୟାନ କରିଛନ୍ତି । ଏରିଏଲ୍ ସର୍ଭେ କରିବା ପରେ ସ୍ଥାନୀୟ ପ୍ରଶାସନିକ ଅଧିକାରୀଙ୍କ ସହ କନଫରେନସ ହଲରେ ବନ୍ୟା ସ୍ଥିତି ମୁକାବିଲା ନେଇ ମଧ୍ୟ ଆଲୋଚନା କରିଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକରେ ବାଲେଶ୍ୱର ଜିଲ୍ଲାପାଳ ଓ ଏସପିଙ୍କ ସହ ଅନ୍ୟ ଅଧିକାରୀ ଉପସ୍ଥିତ ଥିଲେ । ମୁଖ୍ୟମନ୍ତ୍ରୀଙ୍କ ସହ ବାଲେଶ୍ଵର ସାଂସଦ ପ୍ରତାପ ଷଡଙ୍ଗୀ ଓ ବିଧାୟକ ମଧ୍ୟ ଉପସ୍ଥିତ ରହିଥିଲେ ।

ବନ୍ୟାରେ କୌଣସି ବ୍ୟକ୍ତିଙ୍କ ଜୀବନହାନି କିପରି ନଘଟେ ସେନେଇ ସରକାରଙ୍କ ପକ୍ଷରୁ ଗୁରୁତ୍ୱ ଦିଆଯାଇଛି। ସୁବର୍ଣ୍ଣରେଖା ନଦୀରେ ବନ୍ୟା ନିୟନ୍ତ୍ରଣ ପାଇଁ ସରକାର ପଦକ୍ଷେପ ନେଉଛନ୍ତି। ସ୍ଥାୟୀ ପ୍ରତିକାର ପାଇଁ ରୋଡମ୍ୟାପ୍‌‌ କରିବାକୁ ଇଆଇସିଙ୍କୁ କୁହାଯାଇଛି। ଇଆଇସିଙ୍କ ରିପୋର୍ଟ ମିଳିବା ପରେ ଏନେଇ ପଦକ୍ଷେପ ନିଆଯିବ।

Leave a Reply

Your email address will not be published. Required fields are marked *