ଆସନ୍ତା ଫେବୃୟାରୀ ୯ ତାରିଖରେ କଟକସ୍ଥିତ ବାରବାଟୀ ଷ୍ଟାଡିୟମ୍ ଠାରେ ଅନୁଷ୍ଠିତ ହେବାକୁଥିବା ଭାରତ ଇଂଲଣ୍ଡ ଏକଦିବସୀୟ କ୍ରିକେଟ ମ୍ୟାଚ୍ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓସିଏରୁ ଆଜି ପ୍ରଥମ ଟିକେଟ କିଣିଛନ୍ତି । ସୂଚନାଯୋଗ୍ୟ ଯେ ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ ପକ୍ଷରୁ କାର୍ଯ୍ୟକାରୀ ସଭାପତି ପଙ୍କଜ ମହାନ୍ତି, ସଂପାଦକ ସଞ୍ଜୟ ବେହେରା, ଅନୁଗୋଳ ବିଧାୟକ ତଥା ଆପେକ୍ସ କାଉନ୍ସିଲ ସଦସ୍ୟ ପ୍ରତାପ ପ୍ରଧାନ, ଓଡ଼ିଶା ଅଲମ୍ପିକ ଆସୋସିଏସନର ସମ୍ପାଦକ ଅଭିଜିତ ପାଲ୍ ଏବଂ ପୂର୍ବତନ ବିଧାୟକ ଲଲିଟେନ୍ଦୁ ମହାପାତ୍ର, ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଭାରତ-ଇଂଲଣ୍ଡ ଦିନିକିଆ ମ୍ୟାଚ ପାଇଁ ଆମନ୍ତ୍ରିତ କରିଛନ୍ତି । Post navigation ସୁଭଦ୍ରା ଯୋଜନାରେ ଆବେଦନ କରିଛନ୍ତି ୧୫୭ ଜଣ ପୁରୁଷ ରାଜ୍ୟ କ୍ୟାବିନେଟରେ ୧୦ଟି ପ୍ରସ୍ତାବକୁ ଅନୁମୋଦନ; ପ୍ରତି ପଞ୍ଚାୟତରେ ହେବ ଆଦର୍ଶ ବିଦ୍ୟାଳୟ