ଅପରାହ୍ନ ୪ଟା ଯାଏଁ ବିଧାନସଭା ମୁଲତବି ରହିବ ବୋଲି ଘୋଷଣା କରାଯାଇଛି । ବିରୋଧୀ ଦଳ ବିଜେଡି ଓ କଂଗ୍ରେସର ଲଗାତାର ହଟ୍ଟଗୋଳ ପାଇଁ ଏହି ମୁଲତବି ଘୋଷଣା କରାଯାଇଛି । ଶୂନ୍ୟକାଳ ଆରମ୍ଭରୁ ବିଜେଡି ଓ କଂଗ୍ରେସର ନାରାବାଜି ଲଗାତାର ବିଧାନସଭା ପ୍ରଶ୍ନକାଳ ଚାଲିନପାରିବା ପ୍ରସଙ୍ଗ ନେଇ ଏହି ମୁଲତବି ଘୋଷଣା କରାଯାଇଛି । ବିଜେପି ବିଧାୟକ ସନାତନ ବିଜୁଳି କହିଛନ୍ତି ଯେ, ୪ ଦିନ ହେଲା ବିଧାନସଭାକୁ ବନ୍ଦ କରିଛନ୍ତି ବିରୋଧୀ । ବାହାନା କରି ଗୃହ ବନ୍ଦ କରୁଛନ୍ତି, ଏମାନେ ବିକାଶର ବିରୋଧୀ । ସରକାରଙ୍କ ନିଷ୍ପତ୍ତିରେ ସମସ୍ତେ ଖୁସି ହେଲେ ବିରୋଧୀ ଦୁଃଖୀ ହୋଇଯାନ୍ତି ବୋଲି ସେ କହିଛନ୍ତି । ଗତ ବୁଧବାର ଦିନ ମଧ୍ୟ ଚାଷୀ ସମସ୍ୟାକୁ ନେଇ ରାଜ୍ୟ ସରକାରଙ୍କୁ ଘେରିବା ପାଇଁ ବିରୋଧୀ ବିଧାୟକମାନେ ଗୃହ ମଧ୍ୟରେ ଧାନ ବସ୍ତା ରଖି ଅଭିନବ ଢଙ୍ଗରେ ପ୍ରତିବାଦ କରିଥିଲେ । Post navigation Handi Bhanga Ritual At Lingaraj Temple: ୧୧ ବର୍ଷ ପରେ ଆଜି ହେବ ଲିଙ୍ଗରାଜଙ୍କ ହାଣ୍ଡିଭଙ୍ଗା ଯାତ