ଦ୍ବିତୀୟ ପର୍ଯ୍ୟାୟ ବଜେଟ୍ ଅଧିବେଶନର ପ୍ରଥମ ଦିନରୁ ଦେଖାଯାଇଛି ହଟ୍ଟଗୋଳ। ଅଧିବେଶନ ଆରମ୍ଭରୁ ବିରୋଧୀ ପ୍ରବଳ ହଟ୍ଟଗୋଳ କରିଥିଲେ । ତେବେ ବାଚସ୍ପତି ସମସ୍ତ ବିଧାୟକଙ୍କୁ ଅନୁରୋଧ କରିବା ସତ୍ତ୍ବେ ମଧ୍ୟ ସେମାନେ ଶୁଣି ନଥିଲେ । ଫଳରେ ବାଚସ୍ପତି ବାଧ୍ୟ ହୋଇ ୧୨ ଟା ଯାଏଁ ଗୃହକୁ ମୁଲତବୀ ରଖିଛନ୍ତି । ବାତସ୍ପତିଙ୍କ ପୋଡିୟମ ନିକଟକୁ ଆସି ବିରୋଧୀ ହଟ୍ଟଗୋଳ କରିଥିଲେ । ଆଜି ବଜେଟ ଅଧିବେଶନ ଦ୍ବିତୀୟ ପର୍ଯ୍ୟାୟ ଆରମ୍ଭରୁ ପ୍ରବାଦ ପୁରୁଷ ବିଜୁ ବାବୁଙ୍କୁ ଅସମ୍ମାନ ପ୍ରସଙ୍ଗରେ ବିଜେଡି ବିଧାୟକମାନେ ପ୍ରବଳ ପାଟିତୁଣ୍ଡ ଓ ନାରାବାଜି କରିଥିଲେ । କାହିଁକି ରାଜ୍ୟସ୍ତରୀୟ ପଞ୍ଚାୟତିରାଜ ଦିବସକୁ ବିଜୁ ଜୟନ୍ତୀ ଦିନରୁ ବାତିଲ କରାଗଲା ବୋଲି ବିଜେଡ଼ି ପ୍ରଶ୍ନ କରିଛି। Post navigation ନାରୀ ଅସୁରକ୍ଷିତ ଅଭିଯୋଗରେ ବିଧାନସଭା ପରିସରରେ କଂଗ୍ରେସର ବିକ୍ଷୋଭ ୧୦ ଦଫା ଦାବି ନେଇ ରାଜଧାନୀରେ ପାଚିକା ସଂଘର ଗର୍ଜନ