ରାଜ୍ୟରେ ସମ୍ଭାବ୍ୟ ବାତ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ପ୍ରସ୍ତୁତି ଜୋରଦାର କରାଯାଇଛି। ଏ ନେଇ ଆଜି କୃଷି ଭବନଠାରେ ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଏହି ସମୀକ୍ଷା ବୈଠକ ବସିଥିଲା। ଏଥିରେ ସମ୍ଭାବ୍ୟ ବାତ୍ୟା ଦ୍ୱାରା କୃଷି ଓ ଫସଲ ଉପରେ ପଡ଼ିବାକୁ ଥିବା ପ୍ରଭାବ, ଚାଷୀମାନଙ୍କୁ ସୁରକ୍ଷିତ ରଖିବା ଏବଂ ପୂର୍ବପ୍ରସ୍ତୁତି ନେଇ ବିସ୍ତୃତ ଆଲୋଚନା କରାଯାଇଛି। ଏହି ବୈଠକରେ ବିଭିନ୍ନ ଜିଲ୍ଲାର ୨୫ ଜଣ କୃଷି ଅଧିକାରୀ ଭିଡିଓ କନଫରେନ୍ସିଂ ଜରିଆରେ ଯୋଗ ଦେଇଥିଲେ। ବାତ୍ୟା ଆଶଙ୍କାକୁ ଦୃଷ୍ଟିରେ ରଖି ସମସ୍ତ କ୍ଷେତ୍ରସ୍ତରୀୟ ଅଧିକାରୀଙ୍କୁ ସଜାଗ ରହିବା ସହ ଚାଷୀମାନଙ୍କୁ ଆବଶ୍ୟକୀୟ ପରାମର୍ଶ ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। Post navigation Government Fund Misappropriationl: ୧୨ଲକ୍ଷରୁ ଊର୍ଦ୍ଧ୍ୱ ସରକାରୀ ଟଙ୍କା ହରିଲୁଟ୍: ଜୟପୁରରୁ ପୂର୍ବତନ GRS ଓ ଗ୍ରାମସେବକ ଗିରଫ Congress Appoints War Room Chairpersons: ବିଧାନସଭା ନିର୍ବାଚନ ପାଇଁ ୫ ରାଜ୍ୟରେ ୱାର ରୁମ୍ ଅଧ୍ଯକ୍ଷ ନିଯୁକ୍ତ କଲା କଂଗ୍ରେସ