ଆସନ୍ତା ଅକ୍ଟୋବର ମାସ ୨୭ ତାରିଖରେ ହେବାକୁ ଯାଉଛି ଓଡ଼ିଶା ସିଭିଲ୍ ସର୍ଭିସ(ଓସିଏସ) ପ୍ରିଲିମ୍ ପରୀକ୍ଷା। ଓସିଏସ୍‌ ପରୀକ୍ଷା ନେଇ ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ପ୍ରିଲିମ୍‌ ପରୀକ୍ଷା ନେଇ ବିଜ୍ଞପ୍ତି ଜାରି ହୋଇଛି ।

ଓପିଏସ୍‌ସି ପକ୍ଷରୁ କୁହାଯାଇଛି ଯେ, ଆସନ୍ତା ଅକ୍ଟୋବର ୨୭ ତାରିଖ (ରବିବାର)ରେ ଓସିଏସ୍‌ ପ୍ରିଲିମ ପରୀକ୍ଷା ହେବ। ପରୀକ୍ଷା ସମ୍ପର୍କିତ ବିସ୍ତୃତ ବିବରଣୀ ପରେ ଘୋଷଣା କରାଯିବ। ଅଧିକ ସୂଚନା ପାଇଁ ଆୟୋଗର ୱେବସାଇଟ୍ http://opsc.gov.in କୁ ଯିବାକୁ ପ୍ରାର୍ଥୀମାନଙ୍କୁ ପରାମର୍ଶ ଦିଆଯାଇଛି।

 

 

Leave a Reply

Your email address will not be published. Required fields are marked *