ପୁଣି ଲଜ୍ଜା। କୋଲକାତାରେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା ପରେ ଏବେ ଉତ୍ତରାଖଣ୍ଡର ଉଧମ ସିଂହ ନଗର ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଘଟିଛି। ଉତ୍ତରାଖଣ୍ଡରେ ଦୁଇ ସପ୍ତାହ ତଳେ ହସ୍ପିଟାଲରୁ ଘରକୁ ଫେରୁଥିବା ବେଳେ ଜଣେ ନର୍ସଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିଲା। ଏହି ଘଟଣାରେ ଅଭିଯୁକ୍ତଙ୍କୁ ଅଗଷ୍ଟ ୧୪ରେ ଗିରଫ କରାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ଜୁଲାଇ ୩୦ ତାରିଖରେ ଏହି ଘଟଣା ଘଟିଥିଲା। ନର୍ସ ଜଣଙ୍କ ନୈନିତାଲର ଏକ ଘରୋଇ ହସ୍ପିଟାଲରେ କାମ କରୁଥିଲେ ଏବଂ ତାଙ୍କ ମୃତଦେହ ଉତ୍ତରପ୍ରଦେଶର ରାମପୁର ଜିଲ୍ଲାର ଏକ ଖାଲି ପ୍ଲଟରୁ ମିଳିଥିଲା। ଏହି ମାମଲାର ଅଭିଯୁକ୍ତ ଧର୍ମେନ୍ଦ୍ର କୁମାର ବରେଲିର ବାସିନ୍ଦା ହୋଇଥିବା ବେଳେ ସେ ଜଣେ ଦିନ ମଜୁରିଆ। ନର୍ସ ହସ୍ପିଟାଲରୁ ଘରକୁ ଫେରୁଥିବା ବେଳେ ଧର୍ମେନ୍ଦ୍ର ଦୁଷ୍କର୍ମ ପରେ ହତ୍ୟା କରିଥିବା ଅଭିଯୋଗ ହୋଇଛି।

ପୀଡିତା ଗତ ଜୁଲାଇ ୩୧ ତାରିଖ ରାତିରେ ଘରକୁ ନଆସିବାରୁ ତାଙ୍କ ଭଉଣୀ ସ୍ଥାନୀୟ ଥାନାରେ ନିଖୋଜ ଅଭିଯୋଗ କରିଥିଲେ। ଅଗଷ୍ଟ ୮ରେ ନର୍ସଙ୍କ ମୃତଦେହ ପୋଲିସ ଉଦ୍ଧାର କରିଥିଲା।

Leave a Reply

Your email address will not be published. Required fields are marked *