nuapada-politics-fir-lodged-against-bobby-das
ନୂଆପଡ଼ା ଉପନିର୍ବାଚନକୁ ନେଇ ରାଜନୀତି ଜୋର ଧରିଥିବାବେଳେ ବିଜେଡି ନେତା ବବି ଦାସଙ୍କ ନାଁରେ ଆଜି ନୂଆପଡ଼ା ଜିଲ୍ଲା କୋମନା ଥାନାରେ ଲିଖିତ ଅଭିଯୋଗ ହୋଇଛି ।
 
କୋମନାର ଜଣେ ଆଦିବାସୀ ଯୁବକ ଏହି ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁଯାୟୀ, ଯାଜପୁର ର ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସ ଓ ଖରିଆର ବିଧାୟକ ଅଧିରାଜ ପାଣିଗ୍ରାହୀ ଯୁବକଙ୍କୁ ବିଜେଡି ନେତା ମନୋଜ ମିଶ୍ରଙ୍କ ଫାର୍ମ ହାଉସ୍‌କୁ ଡାକି ତାଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରାଯିବା ସହ ବିଜେଡି ଛାଡ଼ି ବିଜେପି ପାଇଁ ପ୍ରଚାର କରୁଥିବା କହି ଧମକାଇଥିଲେ ।
 
ଧମକାଇବା ସହ ତାଙ୍କୁ ବବି ଦାସ ମାଡ ମାରିଥିବା ନେଇ ଯୁବକ ଜଣକ ଏତଲାରେ ଉଲ୍ଲେଖ କରିଛନ୍ତି । ଏହା ସହିତ ବବି ତାଙ୍କୁ ଜୀବନରେ ମାରିଦେବାକୁ ମଧ୍ୟ ଧମକ ଦେଇଥିବା ସେ ଅଭିଯୋଗ କରିଛନ୍ତି । ସୂଚନା ଅନୁଯାୟୀ, କୋମନା ଥାନା IIC ଓ ଖରିଆର SDPO ଫାର୍ମହାଉସରୁ ଯୁବକକୁ ଉଦ୍ଧାର କରିଥିଲେ ।
 
ନୂଆପଡ଼ା ଉପନିର୍ବାଚନ ପାଇଁ ବିଜେପି, ବିଜେଡି ଓ କଂଗ୍ରେସ ଦଳ ମଧ୍ୟରେ ପ୍ରଚାର ସରଗରମ ହେବାରେ ଲାଗିଛି । ଏହି ଉପନିର୍ବାଚନ ଜିତିବା ବିଜେପି ପାଇଁ ସମ୍ମାନର ବିଷୟ ହୋଇଥିବା ବେଳେ ବିଜେଡି ନିଜ ଗଡ଼କୁ ସୁରକ୍ଷିତ ରଖିବାକୁ ପ୍ରୟାସ କରୁଛି । ଅନ୍ୟପକ୍ଷରେ କଂଗ୍ରେସ ନିଜର ସ୍ଥିତି ମଜଭୁତ କରିବାକୁ ପ୍ରୟାସ ଜାରି ରଖିଛି ।

By Nirvay

Leave a Reply

Your email address will not be published. Required fields are marked *