ନୂଆପଡ଼ା ଉପନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ । ରାଜେନ୍ଦ୍ର ଢୋଲକିଆଙ୍କ ମୃତ୍ୟୁ ପରେ ନୂଆପଡ଼ା ଉପନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଛି। ଆଜି ପ୍ରକାଶିତ ହେବ ଭୋଟର ଚିଠା ତାଲିକା । ଆଜିଠୁ ୨୮ ତାରିଖ ପର୍ଯ୍ୟନ୍ତ ରହିବ ଦାବି ଓ ଆପତ୍ତି ସମୟସୀମା । ଏହାପରେ ଅକ୍ଟୋବର ୭ ତାରିଖରେ ସରିବ ଦାବି ଓ ଆପତ୍ତି ନିଷ୍ପତ୍ତି । ଅକ୍ଟୋବର ୯ରେ ପ୍ରକାଶ ପାଇବ ନୂଆ ଭୋଟର ତାଲିକା ।

ସୂଚନା ଯୋଗ୍ୟ; କିଛି ଦିନ ତଳେ ନୂଆପଡ଼ା ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ମୃତ୍ୟୁ ହୋଇଥିଲା । ହୃଦଘାତର ଶିକାର ହେବାପରେ ଘରୋଇ ହସ୍ପିଟାଲରେ ତାଙ୍କ ମୃତ୍ୟୁ ହୋଇଥିଲା ।ଏହାପରେ ନୂଆପଡ଼ା ଉପନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ଭାରତ ନିର୍ବାଚନ ଆୟୋଗ ନୂଆପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀରେ ଅନୁଷ୍ଠିତ ହେବାକୁ ଯାଉଥିବା ଉପନିର୍ବାଚନ ପାଇଁ ଜନପ୍ରତିନିଧିତ୍ୱ ଆଇନ ୧୯୫୦ର ଧାରା ୨୧ ଅନୁଯାୟୀ ଏକ ସ୍ବତନ୍ତ୍ର ସଂକ୍ଷିପ୍ତ ସଂଶୋଧନ (SSR) ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

Leave a Reply

Your email address will not be published. Required fields are marked *