ଏଣିକି ଯୁକ୍ତ ଦୁଇ ପରେ ପଢ଼ିହେବ ବି.ଏଡ଼ ପାଠ୍ୟକ୍ରମ । ଏନେଇ ସୂଚନା ଦେଲେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ । ସେ କହିଛନ୍ତି ଏଥର ଗ୍ରାଜୁଏସନ୍ ନୁହେଁ ଯୁକ୍ତ୨ ପରେ ହେବ ବି.ଏଡ଼ ପାଠପଢ଼ା । ITEP (Intigreted teacher education programme) ନାଁରେ ରହିବ ନୂଆ କୋର୍ସ । ୮ଟି ଶିକ୍ଷକ ଶିକ୍ଷଣ ଅନୁଷ୍ଠାନ ସହ ନିକଟସ୍ଥ ମହାବିଦ୍ୟାଳୟର ଏମ୍ଓୟୁ ସ୍ୱାକ୍ଷରିତ ହୋଇଛି । ଏସବୁ ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀଙ୍କ ସୁବିଧା ପାଇଁ ୫ ବର୍ଷ ବଦଳରେ ୪ ବର୍ଷର କୋର୍ସ ରହିବ ବୋଲି ନିଷ୍ପତ୍ତି ନେଇଛି ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ । ଜାତୀୟ ଶିକ୍ଷାନୀତି ଲାଗୁ ହେବା ପରେ ଅନେକ ସୃଜନଶୀଳ କାର୍ଯ୍ୟକ୍ରମ ଉଚ୍ଚଶିକ୍ଷା ପକ୍ଷରୁ ନିଆଯାଉଛି । ଏହି ବୁଝାମଣା ଜାତୀୟ ଶିକ୍ଷା ନୀତି ପ୍ରଣୟନରେ ମାଇଲ୍ ଖୁଣ୍ଟ ହେବ ବୋଲି କହିଛନ୍ତି ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ । Post navigation ରାଜାଙ୍କୁ ପ୍ରୋତ୍ସାହନ ଦେଇଥିଲେ ଜିଲ୍ଲାପାଳ ଓ ଏସପି: ବଦ୍ରି ପାତ୍ର ଦୁଇ ବର୍ଷ ମଧ୍ୟରେ ସାପ କାମୁଡ଼ାରେ ଗଲାଣି ୧୮୫୯ ଜଣଙ୍କ ଜୀବନ