ରାଜ୍ୟରେ ସ୍ୱାସ୍ଥ୍ୟ ବିଭାଗର ବିକଳ ଚିତ୍ର ଏବେ ସାମ୍ନାକୁ ଆସିଛି କେଉଁ କେଉଁ ସ୍ଥାନରେ ରୋଗୀଙ୍କ ପାଇଁ ଡାକ୍ତର ଅଭାବ ତ କେଉଁଠି ନାହିଁ ଆଇସିୟୁ ବ୍ୟବସ୍ଥା । ଆଜି ବିଧାସଭାରେ ରାଜ୍ୟର ମୁଖ୍ୟ ହସ୍ପିଟାଲ ଆଇସିୟୁ ବ୍ୟବସ୍ଥାକୁ ନେଇ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଏକ ଲିଖିତ ଉତ୍ତର ରଖିଛନ୍ତି। ସେ କହିଛନ୍ତି ରାଜ୍ୟର ୩୨ଟି ଜିଲ୍ଲା ମୁଖ୍ୟ ହସ୍ପିଟାଲରୁ ୧୨ଟିରେ ଆଇସିୟୁ ବ୍ୟବସ୍ଥା ନାହିଁ। ଏପରିକି ରାଜ୍ୟର ଢେଙ୍କାନାଳ, ଝାରସୁଗୁଡ଼ା, ରାୟଗଡ଼ା ଏବଂ ରାଉରକେଲାରେ ଆଇସିୟୁ ନିମାଣାଧୀନ ରହିଛି। ଏପ୍ରିଲରୁ କୋରାପୁଟ ଜିଲା ମୁଖ୍ୟ ହସ୍ପିଟାଲରେ ଆଇସିୟୁ କାର୍ଯ୍ୟକାରୀ ହେବ । Post navigation ରାଜଧାନୀ ରାଜରାସ୍ତାରେ ମିଶନଶକ୍ତି ମହିଳାଙ୍କ ଗର୍ଜନ; ବିକ୍ଷୋଭ ବେଳେ ଏକାଧିକ ମହିଳା ବେହୋସ କିଟ ଛାତ୍ରୀ ଆତ୍ମହତ୍ୟା: ନେପାଳ ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ; ଏବିଭିପିର ବିକ୍ଷୋଭ