ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅଗଷ୍ଟ ୩ ରୁ ୫ ପର୍ଯ୍ୟନ୍ତ ଓଡ଼ିଶା ଗସ୍ତର ଅଂଶ ସ୍ୱରୂପ ଗଂଜାମ ଗସ୍ତ ପୂର୍ବରୁ ଜିଲ୍ଲା ପ୍ରଶାସନ ଏବଂ ପୋଲିସ ପ୍ରସ୍ତୁତିକୁ ଜୋରଦାର କରିଛି।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଜିଲ୍ଲା ଗସ୍ତକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲା କଲେକ୍ଟର କୀର୍ତ୍ତି ଭାସନ ଭି ଜିଲ୍ଲାର କିଛି ଅଂଶକୁ “ନୋ ଫ୍ଲାଇଂ ଜୋନ୍ /ନୋ ଡ୍ରୋନ୍ ଜୋନ୍” ଭାବରେ ଘୋଷଣା କରିଛନ୍ତି।

ତାଙ୍କ କାର୍ଯ୍ୟସୂଚୀ ଅନୁଯାୟୀ, ରାଷ୍ଟ୍ରପତି ବ୍ରହ୍ମପୁର ରେଳ ଷ୍ଟେସନରୁ ଗୋସାନିନୂଆଗାଁ, ଅନ୍ଧପସରା ରୋଡ୍, ହରିଡାଖଣ୍ଡି ଏବଂ ଦିଗପହଣ୍ଡି ରୋଡ୍ ଦେଇ ତପ୍ତପାଣି ଯାତ୍ରା କରିବେ ଏବଂ ସେହି ରାସ୍ତା ଦେଇ ଫେରିବେ, ଗୋଳାବନ୍ଧର ଆର୍ମି ଏଡି କଲେଜରେ ଯାତ୍ରା ଶେଷ କରିବେ।

ତେଣୁ, ଭାରତର ରାଷ୍ଟ୍ରପତିଙ୍କ ଗସ୍ତ ସମୟରେ ନିର୍ବିଶେଷରେ ସୁରକ୍ଷା ବ୍ୟବସ୍ଥା ସୁନିଶ୍ଚିତ କରିବା ଏବଂ ସର୍ବୋଚ୍ଚ ସ୍ତରର ସୁରକ୍ଷା ବଜାୟ ରଖିବା ପାଇଁ, କଲେକ୍ଟର ମାନ୍ୟବର ରାଷ୍ଟ୍ରପତିଙ୍କ ଗସ୍ତ ସମୟରେ ଭିଭିଆଇପି ଗତିବିଧିର ସମଗ୍ର ରୁଟ୍, ଗସ୍ତ ସହିତ ସଂଲଗ୍ନ ଅଞ୍ଚଳ ଏବଂ ସ୍ଥାନଗୁଡ଼ିକୁ “ନୋ ଫ୍ଲାଇଂ ଜୋନ୍ /ନୋ ଡ୍ରୋନ୍ ଜୋନ୍” ଭାବରେ ଘୋଷଣା କରିଛନ୍ତି।

ସେହିପରି ଅଗଷ୍ଟ ୪ ଓ ୫ ତାରିଖରେ ରାଷ୍ଟ୍ରପତିଙ୍କ ବ୍ରହ୍ମପୁର ଏବଂ ତପ୍ତପାଣି ଗସ୍ତ କାର୍ଯ୍ୟକ୍ରମ ପାଇଁ ଆଡଭାଇଜରି ଜାରି ହୋଇଛି । ଟ୍ରାଫିକ୍ ନିୟନ୍ତ୍ରଣ ଏବଂ ଯାନବାହାନର ସୁଗମ ଚଳାଚଳ ସୁନିଶ୍ଚିତ କରିବା ପାଇଁ ଟ୍ରାଫିକ୍ କଟକଣା ଲାଗୁ କରାଯାଇଛି ।

୪ ଅଗଷ୍ଟରେ କୌଣସି ଭାରୀ ଯାନବାହନକୁ ସକାଳ ୧୦ଟାରୁ ପ୍ରାୟ ୧୧ଟା ୪୫ ପର୍ଯ୍ୟନ୍ତ ଅନ୍ଧପସରା ଛକରୁ ଫାଷ୍ଟ ଗେଟ୍ ଆଡକୁ ଏବଂ ବିପରୀତ ଦିଗରେ ଚଳାଚଳ କରିବାକୁ ଅନୁମତି ଦିଆଯିବ ନାହିଁ । ସମସ୍ତ ସ୍କୁଲ ବସ୍କୁ ଲାଞ୍ଜିପାଲି ବାଇପାସ୍ ଦେଇ ବ୍ରହ୍ମପୁର ସହରରେ ପ୍ରବେଶ କରିବାକୁ ଅନୁମତି ଦିଆଯିବ । କୌଣସି ହାଲକା ଯାନ ଯଥା କାର/ଅଟୋ ରିକ୍ସାକୁ ସକାଳ ୧୦ଟା ୩୦ରୁ ପ୍ରାୟ ୧୧ଟା ୪୫ ପର୍ଯ୍ୟନ୍ତ ଅନ୍ଧପସରା ଛକରୁ ଫାଷ୍ଟ ଗେଟ ଆଡକୁ ଏବଂ ଏହାର ବିପରୀତ ଦିଗରେ ଚଳାଚଳ କରିପାରିବେ ନାହିଁ । ଏହି ଗାଡି ଗୁଡିକ ଲାଞ୍ଜିପାଲି ବାଇପାସ୍ ଦେଇ ବ୍ରହ୍ମପୁର ସହରରେ ପ୍ରବେଶ କରିବାକୁ ଅନୁମତି ଦିଆଯିବ । କୌଣସି ଦୁଇ ଚକିଆ ଯାନଗୁଡ଼ିକୁ ସକାଳ ୧୦ଟା ୪୫ରୁ ଅନ୍ଧପସରା ଛକରୁ ହରିଡାଖଣ୍ଡି ଛକ ଆଡ଼କୁ ଏବଂ ଏହାର ବିପରୀତ ଦିଗରୁ ଯିବାକୁ ଅନୁମତି ଦିଆଯିବ ନାହିଁ ।

ଏଥି ସହିତ ୪ ଅଗଷ୍ଟ ସନ୍ଧ୍ୟା କୌଣସି ଭାରୀ ଯାନବାହନ କୁ ଅପରାହ୍ନ ୩ଟାରୁ ପ୍ରାୟ ୫ଟା ୩୦ ପର୍ଯ୍ୟନ୍ତ ଫାଷ୍ଟ ଗେଟରୁ ହଳଦିଆପଦର ଅଭିମୁଖେ ଚଳାଚଳ କରିପାରିବ ନାହିଁ । ସମସ୍ତ ସ୍କୁଲ ବସ୍ କର୍ପୋରେସନ ଛକ ଦେଇ ବ୍ରହ୍ମପୁର ସହରରେ ପ୍ରବେଶ କରିପାରିବେ । କୌଣସି ହାଲକା ଯାନ ଯଥା କାର/ଅଟୋ ରିକ୍ସା କୁ ଅପରାହ୍ନ ୩ଟା ରୁ ପ୍ରାୟ ୫ଟା ୩୦ ପର୍ଯ୍ୟନ୍ତ ଫାଷ୍ଟ ଗେଟ୍ରୁ ଅନ୍ଧପସରା ଆଡକୁ ଏବଂ ଏହାର ବିପରୀତ ଦିଗରେ ଚଳାଚଳ କରିପାରିବେ ନାହିଁ । କୌଣସି ଦୁଇ ଚକିଆ ଯାନଗୁଡ଼ିକୁ ସନ୍ଧ୍ୟା ୪ଟାରୁ ହରିଡାଖଣ୍ଡି ଛକରୁ ହଳଦିଆପଦର ଆଡ଼କୁ ଏବଂ ଏହାର ବିପରୀତ ଦିଗରୁ ଯିବାକୁ ଅନୁମତି ଦିଆଯିବ ନାହିଁ । କୌଣସି ଭାରୀ ଯାନବାହନ ସନ୍ଧ୍ୟା ୪ଟାରୁ ପ୍ରାୟ ୫ଟା ୩୦ ପର୍ଯ୍ୟନ୍ତ ହଳଦିଆପଦରରୁ NH-୧୬ରେ ଛତ୍ରପୁର ଆଡକୁ ଚଳାଚଳ କରିପାରିବ ନାହିଁ ।

ସେହିପରି ୫ ଅଗଷ୍ଟ ଦିନ କୌଣସି ଭାରୀ ଯାନବାହନକୁ ସକାଳ ୯ଟାରୁ ପ୍ରାୟ ୧୦ଟା ୩୦ ପର୍ଯ୍ୟନ୍ତ ଗୋପାଳପୁର ଜଙ୍କସନରୁ NH-୧୬ରେ ଗୋଳନ୍ଥରା ଅଭିମୁଖେ ଚଳାଚଳ କରିପାରିବ ନାହିଁ । କୌଣସି ହାଲକା ଯାନ ଯଥା କାର/ଅଟୋ ରିକ୍ସାକୁ ସକାଳ ୯ଟା ୩୦ମିନିଟ୍ରୁ ପ୍ରାୟ ୧୦ଟା ୩୦ ପର୍ଯ୍ୟନ୍ତ ଗୋପାଳପୁର ଜଙ୍କସନ୍ରୁ NH-୧୬ରେ ଗୋଳନ୍ଥରା ଆଡକୁ ଚଳାଚଳ କରିପାରିବେ ନାହିଁ । କୌଣସି ଦୁଇ ଚକିଆ ଯାନଗୁଡ଼ିକୁ ସକାଳ ୯ଟା ୪୫ରୁ ପ୍ରାୟ ୧୦ଟା ୩୦ ପର୍ଯ୍ୟନ୍ତ ଗୋପାଳପୁର ଜଙ୍କସନ୍ରୁ NH-୧୬ରେ ଗୋଳନ୍ଥରା ଆଡକୁ ଚଳାଚଳ କରିପାରିବେ ନାହିଁ । ଏହି କଟକଣା ଗୁଡିକ ଜରୁରୀ କାଳୀନ ସେବାରେ ନିୟୋଜିତ ଯାନବାହାନ ଯଥା ଅଗ୍ନିଶମ ଓ ଆମ୍ବୁଲାନ୍ସ ଚଳାଚଳ ନିମନ୍ତେ ଲାଗୁ ହେବ ନାହିଁ ।

 

Leave a Reply

Your email address will not be published. Required fields are marked *