ବିଜୟଲକ୍ଷ୍ମୀ ଦାଶ: ସାଲେପୁର ବ୍ଲକର ଲେଖନପୁର ସ୍ଥିତ ଗାନ୍ଧୀ ସରକାରୀ ହାଇସ୍କୁଲ ଏବଂ ପ୍ରାଇମେରୀ ସ୍କୁଲ କୁ ସରକାର ଙ୍କ ତରଫରୁ ଅସ୍ଥାୟୀ ବାତ୍ୟା ଆଶ୍ରୟସ୍ଥଳୀ ଭାବେ ଘୋଷଣା କରାଯାଇ ସ୍ଥାନୀୟ ଚାଳ ଘରେ ଏବଂ ବିପଦ ସଂକୁଳ ଅବସ୍ଥା ରେ ବସବାସ କରୁଥିବା ଲୋକଙ୍କୁ ନେଇ ଉକ୍ତ ବିଦ୍ୟାଳୟ ଗୁଡିକରେ ରଖାଯାଇଥିଲା।

ସ୍ଥାନାନ୍ତରଣ ପରେ ସ୍ଥାନୀୟ ପ୍ରଶାସନ ଲାଇଟ କିମ୍ବା ଖାଦ୍ୟର ବ୍ୟବସ୍ଥା କରିନଥିଲେ ଏ ବିଷୟରେ ସ୍ଥାନୀୟ ଲୋକମାନେ “ନିର୍ଭୟ ” ସହିତ ଯୋଗାଯୋଗ କରିବାରୁ “ନିର୍ଭୟ “ରେ ଏହି ସମ୍ବନ୍ଧିତ ଖବର ଟି ପ୍ରସାରିତ ହୋଇଥିଲା।

ଖବର ପ୍ରସାରିତ ପରେ ସାଲେପୁର ମଣ୍ଡଳ ଉନ୍ନୟନ ଅଧିକାରୀ ତୁରନ୍ତ ଉକ୍ତ ସ୍ଥାନରେ ବିଜୁଳି ଏବଂ ଶୁଖିଲା ଖାଦ୍ୟ ସାମଗ୍ରୀ ପହଞ୍ଚାଇଛନ୍ତି। ଆସନ୍ତା କାଲି ସକାଳୁ ସ୍ଥାନୀୟ ଲୋକଙ୍କୁ ରନ୍ଧାଖାଦ୍ୟ ସହ ସମସ୍ତ ସୁବିଧା ଯୋଗାଇ ଦିଆଯିବ ବୋଲି ପ୍ରତିଶୃତି ଦେଇଛନ୍ତି।

By Nirvay

Leave a Reply

Your email address will not be published. Required fields are marked *