ନିଟ୍ ୟୁଜି ପରୀକ୍ଷାରେ ହୋଇଥିବା ଅନିୟମିତତାକୁ ନେଇ ସୋମବାର ସୁପ୍ରିମ୍ କୋର୍ଟରେ ଶୁଣାଣି ହୋଇଛି । ତଦନ୍ତର ଅଗ୍ରଗତି ନେଇ ସିବିଆଇକୁ ଷ୍ଟାଟସ୍ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ଏହା ଛଡା ଜୁଲାଇ ୧୦ ତାରିଖ ସୁଦ୍ଧା ଏନଟିଏ, ସିବିଆଇ ଓ କେନ୍ଦ୍ର ସରକାରଙ୍କୁ ସତ୍ୟପାଠ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜୁଲାଇ ୧୧ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବା ସୂଚନା । ଶୁଣାଣି ବେଳେ କୋର୍ଟ କହିଛନ୍ତି, ଗୋଟିଏ କଥା ସ୍ପଷ୍ଟ ହୋଇଛି ଯେ ପ୍ରଶ୍ନପତ୍ର ଲିକ୍ ହୋଇଛି । ପ୍ରଶ୍ନ ଏହା ଯେ ଏହାର ଚେର କେତେ ପର୍ଯ୍ୟନ୍ତ ଲମ଼୍ବିଛି । ପେପର ଲିକ୍ ହେବା ଏକ ସ଼୍ବୀକାର୍ଯ୍ୟ ତଥ୍ୟ । ଲିକ୍ର ପ୍ରକୃତ କାରଣ କଣ ସେ ନେଇ ତଦନ୍ତ ଚାଲିଛି । ଆପଣ କେବଳ ଏଥିପାଇଁ ପରୀକ୍ଷାକୁ ରଦ୍ଦ କରିପାରିବେ ନାହିଁ, କାରଣ ପେପର ଲିକ୍ରେ ମାତ୍ର ଦୁଇଜଣ ଛାତ୍ର ଜଡ଼ିତ ଥିଲେ । ତେଣୁ ଆମକୁ ଲିକ୍ର ପ୍ରକୃତ କାରଣକୁ ନେଇ ସାବଧାନ ରହିବା ଉଚିତ୍ । ପୁନର୍ବାର ପରୀକ୍ଷା ପାଇଁ ଆଦେଶ ଦେବା ପୂର୍ବରୁ ଲିକ୍ କେଉଁ ପର୍ଯ୍ୟନ୍ତ ଲମ଼୍ବିଛି ତାହା ଆମକୁ ଆଗେ ଜାଣିବାକୁ ପଡ଼ିବ । କାରଣ ଆମେ ୨୩ ଲକ୍ଷ ଛାତ୍ରୀଛାତ୍ରଙ୍କ ମାମଲାକୁ ଶୁଣୁଛୁ । ଏବଂ ପେପର ଲିକରୁ କେଉଁ ପରୀକ୍ଷାର୍ଥୀ ଫାଇଦା ନେଇଛନ୍ତି ଏନଟିଏକୁ ଚିହ୍ନଟ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। କେଉଁ ସହର ଓ ପରୀକ୍ଷା କେନ୍ଦ୍ରରେ ପେପର ଲିକ୍ ହୋଇଛି ତାହାର ସଠିକ୍ ତଥ୍ୟ ସଂଗ୍ରହ ପାଇଁ କହିଛନ୍ତି। ଜୁଲାଇ ୧୧ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ। Post navigation ସରକାରୀ ଜମିରୁ ହଟିବ ବେଆଇନ ଦଖଲ, ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ଜୁଲାଇ ୧୯ ଓ ୨୦ରେ ହେବ ରାଜ୍ୟ ବିଜେପିର କାର୍ଯ୍ୟକାରିଣୀ ବୈଠକ