E KYC ଯାଞ୍ଚ ପରେ ରାଜ୍ୟବାସୀଙ୍କୁ ମିଳିବ ନୂଆ ରାସନ କାର୍ଡ । ବିଧାନସଭାରେ ଅନ୍ୟ ରାଜ୍ୟରେ କାମ କରୁଥିବା ଦାଦନ ଶ୍ରମିକ ମାନେ କେମିତି E-KYC କରିବେ ବୋଲି ବାସୁଦେବପୁର ବିଧାୟକ ଅଶୋକ ଦାସ ଖାଉଟି କଲ୍ଯାଣ ମନ୍ତ୍ରୀଙ୍କୁ କରିଥିବା ପ୍ରଶ୍ନର ଉତ୍ତର ରଖିଲେ ଉଚ୍ଚଶିକ୍ଷା ମନ୍ତ୍ରୀ । ଆଜି ଗୃହରେ ଖାଉଟି କଲ୍ୟାଣ ମନ୍ତ୍ରୀଙ୍କ ଅନୁପସ୍ଥିତିରେ କରାଯାଇଥିବା ରାସନ୍ କାର୍ଡ ଉପରେ କରାଯାଇଥିବା ପ୍ରଶ୍ନର ଉତ୍ତର ରଖିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ । ସେ କହିଛନ୍ତି ଯେଉଁମାନେ ମାସେ ହେଲା ରାସନ କାର୍ଡ ପାଇଁ ଆବେଦନ କରିଛନ୍ତି, E-KYC ଯାଞ୍ଚ ପରେ ନୂଆ ରାସନ କାର୍ଡ ପାଇବେ ହିତାଧୂକାରୀ। ୧୦ ଲକ୍ଷରୁ ଅଧିକ ହିତାଧିକାରୀ ରାସନ କାର୍ଡ ପାଇଁ ଅପେକ୍ଷା କରିଛନ୍ତି । ରାସନ କାର୍ଡ ପାଇଁ E-KYC ନିର୍ଦ୍ଦିଷ୍ଟ ସମୟ ସୀମା ଭିତରେ କରିବା ବାଧ୍ୟତାମୂଳକ ନୁହେଁ । E-KYC ଏକ ସମ୍ବେଦନଶୀଳ ପ୍ରସଙ୍ଗ । E-KYC କରିବା ପାଇଁ ସାଧାରଣ ଲୋକଙ୍କୁ ସରକାର ଅନୁରୋଧ କରିଛନ୍ତି । Post navigation ବିଧାନସଭା ଭିତରକୁ ମୋବାଇଲ ଓ ପାଣି ବୋତଲ ମନା ନୂଆଁଖାଇରେ ରାଜ୍ୟବାସୀଙ୍କୁ ମିଳିବ ସିଏମ୍ କିଷାନ ଟଙ୍କା