ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ବ୍ଲକର ନଳଗଜା ପଞ୍ଚାୟତରେ ଥିବା କାକବନ୍ଧ ଆଶ୍ରମ ବିଦ୍ୟାଳୟରେ ବିଷାକ୍ତ ଖାଦ୍ୟ ଖାଇ ଜଣେ ପଞ୍ଚମ ଶ୍ରେଣୀର ଆଦିବାସୀ ଛାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ଶତାଧିକ ଛାତ୍ରଛାତ୍ରୀ ଅସୁସ୍ଥ ହେବା ଘଟଣାକୁ ନେଇ ଜାତୀୟ ଅନୁସୂଚିତ ଜନଜାତି ଆୟୋଗ (ଏନସିଏସ୍ଟି) କଠୋର ପଦକ୍ଷେପ ନେଇଛି । ବିଜୁ ଜନତା ଦଳର ଗଣମାଧ୍ୟମ ସଂଯୋଜକ ଓ ପ୍ରବକ୍ତା ଡ. ପ୍ରିୟବ୍ରତ ମାଝୀଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀଙ୍କ ଦ୍ୱାରା ଦାଖଲ କରାଯାଇଥିବା ଅଭିଯୋଗ ଉପରେ ଜାତୀୟ ଅନୁସୂଚିତ ଜନଜାତି ଆୟୋଗ ତଦନ୍ତ ଆରମ୍ଭ କରିଛି । ଏହି ସମ୍ପର୍କରେ ଆୟୋଗ ପକ୍ଷରୁ ମୟୂରଭଞ୍ଜ ଜିଲ୍ଲାପାଳ, ଏସପି ଏବଂ ଓଡ଼ିଶା ସରକାରଙ୍କ ଏସ୍ଟି ଓ ଏସସି ଉନ୍ନୟନ ବିଭାଗକୁ ନୋଟିସ୍ ଜାରି କରାଯାଇଛି । ଜାରି ହୋଇଥିବା ନୋଟିସ୍ ଅନୁଯାୟୀ, ଏପ୍ରିଲ୍ ୧୫, ୯୦୯୬ ତାରିଖରେ ଡ. ପ୍ରିୟବ୍ରତ ମାଝୀଙ୍କ ଠାରୁ ପ୍ରାପ୍ତ ଅଭିଯୋଗର ତଦନ୍ତ କରାଯିବ । ଆୟୋଗ ଭାରତୀୟ ସମ୍ୱିଧାନର ଧାରା ୩୩୮ (ଏ) ଅନୁଯାୟୀ ତଦନ୍ତ କରିବାର କ୍ଷମତା ପ୍ରୟୋଗ କରୁଛିı ନୋଟିସ୍ ଅନୁଯାୟୀ, ସମ୍ପୃକ୍ତ ଅଧିକାରୀମାନେ ୭ ଦିନ ମଧଙ୍କରେ ଘଟଣାର ତଥଙ୍କ, ନିଆଯାଇଥିବା ପଦକ୍ଷେପ ଏବଂ ଅନଙ୍କାନଙ୍କ ସୂଚନା ଦାଖଲ କରିବାକୁ ଆୟୋଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଯଦି ସମୟ ମଧ୍ୟରେ ଉତ୍ତର ନ ମିଳେ, ଆୟୋଗ ସିଭିଲ୍ କୋର୍ଟର କ୍ଷମତା ପ୍ରୟୋଗ କରି ସମନ୍ ଜାରି କରିପାରେ । ଜାତୀୟ ଅନୁସୂଚିତ ଜନଜାତି ଆୟୋଗ ନିର୍ଦ୍ଦେଶକଙ୍କ ସ୍ୱାକ୍ଷରରେ ନୋଟିସ ଜାରି ହୋଇଥିବା ବେଳେ ଏହାର ପ୍ରତିଲିପି ଡ. ପ୍ରିୟବ୍ରତ ମାଝୀଙ୍କୁ ମଧ୍ୟ ପଠାଯାଇଛି । ସୂଚନାଯୋଗଙ୍କ, ଏପ୍ରିଲ୍ ୧୯ ତାରିଖରେ ବିଦ୍ୟାଳୟରେ ପ୍ରସ୍ତୁତ ଖାଦ୍ୟ (ପଖାଳ, ଆଳୁ ମସଲା, ଆମ୍ୱ ଚଟଣୀ ଓ ଶାଗ) ଖାଇବା ପରେ ଶତାଧିକ ଛାତ୍ରଛାତ୍ରୀ ଅସୁସ୍ଥ ହୋଇଥିଲେ । ଜଣେ ପଞ୍ଚମ ଶ୍ରେଣୀର ଛାତ୍ରୀ ରୁପାଲୀ ବେସ୍ରାଙ୍କ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଓ ହସ୍ପିଟାଲ ଆଇସିୟୁରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା । ଏହି ଘଟଣାରେ ଓଡ଼ିଶା ସରକାର ତଦନ୍ତ ଆରମ୍ଭ କରିବା ସହ ମୃତ ଛାତ୍ରୀଙ୍କ ପରିବାରକୁ ୭ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ରାଶି ଘୋଷଣା କରିଥିଲେ । ଘଟଣାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କୁ ନିଲମ୍ୱିତ କରାଯାଇ, ଏହାର ଆରଡିସି ତଦନ୍ତ ଚାଲିଛି । ତେବେ ଏହି ଘଟଣା ଆଦିବାସୀ ଛାତ୍ରଛାତ୍ରୀଙ୍କ ଆଶ୍ରମ ବିଦ୍ୟାଳୟଗୁଡିକରେ ଖାଦ୍ୟ ଗୁଣବତ୍ତା ଏବଂ ସୁରକ୍ଷା ନେଇ ପ୍ରଶ୍ନ ଉଠାଇଛି । ଜାତୀୟ ମାନବାଧିକାର ଆୟୋଗ (ଏନଏଚଆରସି) ମଧ୍ୟ ଏହି ଘଟଣାରେ ସ୍ୱତвପ୍ରବୃତ୍ତ ହୋଇ ରିପୋର୍ଟ ମାଗିଛି । ଆୟୋଗର ଏହି ନୋଟିସ୍ ଘଟଣାର ତଦନ୍ତକୁ ଆହୁରି ଗତି ଦେବ ବୋଲି ଆଶା କରାଯାଉଛି । ଘଟଣାରେ ସମ୍ପୃକ୍ତ ସମସ୍ତ ଅଧିକାରୀ ଏବଂ ବିଭାଗକୁ ଶୀଘ୍ର ଉତ୍ତର ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । Post navigation Shri Lingaraj Temple: ଶ୍ରୀଲିଙ୍ଗରାଜଙ୍କ ମନ୍ଦିର ଆଇନ ସଂସ୍କାର ନିମନ୍ତେ ୨ୟ ଅନ୍ତରୀଣ ରିପୋର୍ଟ ପ୍ରଦାନ