ଦ୍ୱିତୀୟ ଥର ପାଇଁ ଆଜି ରାଜଧାନୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରୋଡ ସୋ’ କରିଛନ୍ତି । ଭୁବନେଶ୍ୱର ରାଜରାସ୍ଥା ପାଲଟିଲା ଜନ ସମୁଦ୍ର। ମୁଖ୍ୟମନ୍ତ୍ରୀଙ୍କ ମେଗା ରୋଡ ଶୋ’ରେ ହଜାର ହଜାର ଲୋକ ସାମିଲ ହୋଇଛନ୍ତି। ନବୀନ ପଟ୍ଟନାୟକ ରାଜଧାନୀର ପଳାଶପଲ୍ଲୀରୁ ରୋଡ ସୋ’ ଆରମ୍ଭ କରିଛନ୍ତି । ଏହି ରୋଡ ଶୋ’ ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଚାରିଥିଲେ ଆପଣମାନେ ଖୁସି ତ ? ଆପଣଙ୍କୁ ଆଉ ବିଜୁଳି ବିଲ୍ ଦେବାକୁ ପଡ଼ିବନାହିଁ, ଆପଣ ଖୁସି ତ ବୋଲି ପଚାରିଥିଲେ। ଭୁବନେଶ୍ୱର ଲୋକସଭା ଆସନ ପାଇଁ ବିଜେଡି ପ୍ରାର୍ଥୀ ମନ୍ମଥ ରାଉତରାୟ ଓ ସ୍ଥାନୀୟ ବିଧାୟକ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଛନ୍ତି ନବୀନ ପଟ୍ଟନାୟକ ।

୨୦୧୯ ନିର୍ବାଚନ ଠାରୁ ୨୦୨୪ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବେଶ୍ ଆକ୍ସନମୋଡକୁ ଆସିଛନ୍ତି । ରାଜ୍ୟର ବିଭିନ୍ନ ଜିଲ୍ଲା ବୋଲି ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କରୁଛନ୍ତି । ଜନସଭାକୁ ଉଦବୋଧନ ଦେଇ ତାଙ୍କ ସରକାରର ସଫଳ ଯୋଜନା ବାବଦରେ ଲୋକଙ୍କ ମତ ନେବା ସହ ସଭା ମଞ୍ଚରୁ ବିରୋଧୀଙ୍କୁ ଟାର୍ଗେଟ୍ କରିଛନ୍ତି ।

Leave a Reply

Your email address will not be published. Required fields are marked *