ବିରୋଧୀ ଦଳର ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ଏପ୍ରିଲ ୧୦ ତାରିଖରେ ଦିଲ୍ଲୀ ଯିବେ ବୋଲି ଜଣାପଡିଛି । ସେ ତାଙ୍କ ବଡ ଭାଇ ପ୍ରେମ ପଟ୍ଟନାୟକଙ୍କ ସ୍ୱାସ୍ଥ୍ୟବସ୍ଥା କଥା ପଚାରି ବୁଝିବା ପାଇଁ ଦିଲ୍ଲୀ ଯିବେ । କହିରଖୁଛୁ ଯେ, ଗତକାଲି ତାଙ୍କ ବଡ ଭାଇ ପ୍ରେମ ପଟ୍ଟନାୟକଙ୍କ ହୃତ୍ପିଣ୍ଡ ସମ୍ବନ୍ଧୀୟ ଏକ ବଡ ଅସ୍ତ୍ରୋପଚାର ହୋଇଛି । ବିଜେଡି ଦଳୀୟ ସୂତ୍ର ଅନୁଯାୟୀ, ପ୍ରେମ ପଟ୍ଟନାୟକ ବର୍ତ୍ତମାନ ହୃଦରୋଗ ବିଶେଷଜ୍ଞଙ୍କ ଏକ ଦଳର ତତ୍ତ୍ୱାବଧାନରେ ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ସୁସ୍ଥ ହେଉଛନ୍ତି । ତାଙ୍କ ଅବସ୍ଥା ସ୍ଥିର ଥିବା କୁହାଯାଉଛି । ନବୀନ, ରାଜଧାନୀରେ ତାଙ୍କ ପରିବାର ସଦସ୍ୟଙ୍କ ସହ କିଛି ଦିନ ବିତାଇବେ ବୋଲି ଆଶା କରାଯାଉଛି । Post navigation Repo Rate Unchanged: ରେପୋ ରେଟ ଅପରିବର୍ତ୍ତିତ ରଖିଲା ଆର୍ବିଆଇ