naveen-patnaik-to-discharge-from-hospital-today
ମୁମ୍ବାଇର କୋକିଳାବେନ ଧୀରୁବାଇ ଅମ୍ବାନୀ ହସପିଟାଲରେ ସର୍ଭାଇକାଲ ଆର୍ଥ୍ରାଇଟିସର ସଫଳ ଅପରେସନ ପରେ ବିରୋଧୀ ଦଳ ନେତା ତଥା ବିଜୁ ଜନତା ଦଳ (ବିଜେଡି) ସଭାପତି ନବୀନ ପଟ୍ଟନାୟକ ଦ୍ରୁତ ଆରୋଗ୍ୟ ଲାଭ କରୁଛନ୍ତି । ଆଜି ସେ ହସ୍ପିଟାଲରୁ ଡିସଚାର୍ଜ ହେବା ସୂଚନା ମିଳିଛି ।
 
ହସ୍ପିଟାଲର ସ୍ପାଇନ ସ୍ପେସିଆଲିଷ୍ଟ ବିଶେଷଜ୍ଞ ଡାକ୍ତର ରାଜଶେଖର ନବୀନଙ୍କ ଅସ୍ତ୍ରୋପଚାର କରିଥିଲେ । ଦୀର୍ଘ ଦିନ ହେବ ସର୍ଭିକାଲ ଆଥ୍ରାଇଟିସରେ ପୀଡିତ ଥିଲେ ନବୀନ ପଟ୍ଟନାୟକ ।
 
ହସପିଟାଲରୁ ଡିସଚାର୍ଜ ହେବା ପରେ ନବୀନଙ୍କୁ ନିୟମିତ ଫିଜିଓଥେରାପି କରିବାକୁ ପଡ଼ିବ ବୋଲି ଡାକ୍ତର ରମାକାନ୍ତ ପଣ୍ଡା କହିଛନ୍ତି ।

By Nirvay

Leave a Reply

Your email address will not be published. Required fields are marked *