Naveen Patnaik to campaign in Nuapada By-poll
ଉପନିର୍ବାଚନ ପାଇଁ ନୂଆପଡ଼ାରେ ପ୍ରଚାର ସରଗରମ ରହିଥିବାବେଳେ ଏହି କ୍ରମରେ ଆସନ୍ତା ୩ ତାରିଖ ଦିନ ପ୍ରଚାର ମଇଦାନକୁ ଓହ୍ଲାଇବେ ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ।
 
ଦଳୀୟ ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ ସପକ୍ଷରେ ନବୀନ ନଭେମ୍ବର ୩ ତାରିଖରେ କୋମନାରେ ପ୍ରଚାର କରିବେ ବୋଲି ସୂଚନା ମିଳିଛି । ସେହିପରି ନଭେମ୍ବର ୭ ତାରିଖରେ ନବୀନ ଦ୍ୱିତୀୟ ଥର ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇ ଖରିଆର ରୋଡଠାରୁ ନୂଆପଡା ଯାଏଁ ବିଶାଳ ରୋଡ ଶୋ କରିବେ ।
 
ନବୀନଙ୍କ ନୂଆପଡ଼ା ଗସ୍ତ କାର୍ଯ୍ୟକ୍ରମ ଚୂଡ଼ାନ୍ତ ହେବା ପରେ ଦଳର ନେତା, କର୍ମୀଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକେ ବେଶ୍‌ ଉତ୍ସାହିତ ଅଛନ୍ତି । ନୂଆପଡା ଉପନିର୍ବାଚନରେ ​​ବିଜେଡିର ଗଡ଼ ବଜାୟ ରଖିବା ପାଇଁ ତାଙ୍କର ଗସ୍ତ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ ।
 
ଦଳର ବରିଷ୍ଠ ନେତା ଏବଂ ଯୁବ ଓ ଛାତ୍ର ବିଜେଡିର ପଦାଧିକାରୀମାନେ ନୂଆପଡାରେ ବ୍ୟାପକ ପ୍ରଚାର କରୁଛନ୍ତି, ଯାହା ଉଚ୍ଚ ଧରଣର ପ୍ରତିଯୋଗିତା ପାଇଁ କ୍ଷେତ୍ର ପ୍ରସ୍ତୁତ କରୁଛି ।
 
 

By Nirvay

Leave a Reply

Your email address will not be published. Required fields are marked *