ଦିଲ୍ଲୀ ଗସ୍ତ ସାରି ଫେରିଲେ ନବୀନ ପଟ୍ଟନାୟକ । ୬ ଦିନିଆ ଦିଲ୍ଲୀ ଗସ୍ତ ସାରି ଓଡ଼ିଶା ଫେରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ବିମାନବନ୍ଦରରେ ଦଳୀୟ କର୍ମୀଙ୍କ ପକ୍ଷରୁ ଜୋରଦାର ସ୍ୱାଗତ କରାଯାଇଛି।

ଅନ୍ୟପଟେ ବ୍ୟକ୍ତିଗତ କାର୍ଯ୍ୟରେ ନବୀନ ପଟ୍ଟନାୟକ ଦିଲ୍ଲୀ ଯାଇଥିଲେ ବୋଲି ବିଜେଡି ବରିଷ୍ଠ ଉପସଭାପତି ଦେବୀ ମିଶ୍ର ସୂଚନା ଦେଇଥିବା ବେଳେ ଗତ ୨ ତାରିଖରୁ ସେ ଦିଲ୍ଲୀ ଯାଇଥିବା ବେଳେ ଏହାକୁ ନେଇ ଅନେକ ରାଜନୈତିକ କଳ୍ପନା ଜଳ୍ପନା ପ୍ରକାଶ ପାଇଛି । ଗୋଟିଏ ପଟେ ଦଳରୁ ଜଣକ ପରେ ଜଣେ ନେତା ବିଦାୟ ନେଉଥିବା ବେଳେ ନବୀନଙ୍କ ଏହି ଦିଲ୍ଲୀ ଗସ୍ତ ବେଶ୍ ଚର୍ଚ୍ଚାରେ ରହିଛି।

Leave a Reply

Your email address will not be published. Required fields are marked *