ଆଜି ସମ୍ବଲପୁରରେ ପହଞ୍ଚି ବିଜେଡି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାଜ୍ୟ ସରକାର ଆଣିଥିବା ବିଭିନ୍ନ ଯୋଜନା ଭଲ କି ନାହିଁ ବୋଲି ପଚାରିବା ସହ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କରିଛନ୍ତି ନବୀନ। ବିଜେଡି ସରକାର ମାଗଣା ବିଜୁଳି ଦେବେ। ଜୁଲାଇ ମାସରୁ ବିଜୁଳି ବିଲ୍ ଆସିବ ନାହିଁ ବୋଲି ପୁଣି ଦୋହରାଇଛନ୍ତି।

ଏହାସହ ଚିରାଚରିତ ଢଙ୍ଗରେ ବିରୋଧୀଙ୍କୁ ଟାର୍ଗେଟ କରି କହିଛନ୍ତି, ବିରୋଧୀ ଦଳର ନେତା ମିଛ କହୁଛନ୍ତି । କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । ତେଣୁ ସେମାନଙ୍କୁ ବିଶ୍ୱାସ ନ କରି ରାଜ୍ୟର ବିକାଶ ପାଇଁ ବିଜେଡି ପ୍ରାର୍ଥୀଙ୍କୁ ଶଙ୍ଖ ଚିହ୍ନରେ ଭୋଟ ଦେବାକୁ ଅପିଲ କରିଛନ୍ତି ।

By Nirvay

Leave a Reply

Your email address will not be published. Required fields are marked *