Odisha Tops in Violent Crimes, 2nd in Crimes Against Women: NCRB

ବଲାଙ୍ଗିର ଜିଲ୍ଲାରେ ରାଜନୈତିକ ହିଂସା। ସଇଁତଳା ଥାନା ଡୁଙ୍ଗୁରିପାଲିରେ ୨ଜଣ ବିଜେପି କର୍ମୀଙ୍କୁ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଆହତ କର୍ମୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସୁଚନାମୁତାବକ, କାଲି ରାତିରେ ଟିଟିଲାଗଡ଼ ବିଜେପି ବିଧାୟକ ପ୍ରାର୍ଥୀ ନବୀନ ଜୈନ ଓ ତାଙ୍କ ସମର୍ଥକମାନେ ତେଣ୍ଡିପାଲି ଗାଁରୁ ପ୍ରଚାର କରି ଫେରୁଥିଲେ। ଏହି ସମୟରେ ସୌର ପ୍ଲାଣ୍ଟ ନିକଟରେ କିଛି ଲୋକ ଗାଡ଼ିରେ ଆସି ନବୀନ ଜୈନଙ୍କ ସମର୍ଥକ ଉପରେ ଆକ୍ରମଣ କରିଥିଲେ। ପରେ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ସେମାନେ ବିଜେପିର ଦୁଇ କର୍ମୀଙ୍କୁ ମାଡ଼ ମାରି ଅପହରଣ କରି ନେଇଯାଇଥିବା ଅଭିଯୋଗ ହୋଇଛି। କିଛି ସମୟ ପରେ ଆହତ ଅବସ୍ଥାରେ ୨ କର୍ମୀ ଉଦ୍ଧାର କରାଯାଇଥିଲା। ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ଏ ନେଇ ସଇଁତଳା ଥାନାରେ ୧୫ ଜଣଙ୍କ ନାଁରେ ଅଭିଯୋଗ କରାଯାଇଥିଲା। ସେମାନଙ୍କୁ ଜାତିଆଣ ଆକ୍ଷେପ କରାଯାଇଥିବା ଥାନାରେ ଅଭିଯୋଗ କରାଯାଇଥିବା ସୂଚନା । ଅଭିଯୋଗ ପରେ ପୋଲିସ୍ ଦୁଇ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଥିବା ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *