ଆଜିଠାରୁ ଆରମ୍ଭ ହୋଇଛି ବିଧାନସଭା ବଜେଟ ଅଧିବେଶନର ଦ୍ୱିିତୀୟ ପର୍ଯ୍ୟାୟ। ଆଜି ଗୃହରେ ଉଠିଲା ରେଭେନ୍ସା କଲେଜର ନାମ ପରିବର୍ତ୍ତନ ପ୍ରସଙ୍ଗ । ରେଭେନ୍ସା କଲେଜର ନାମ ପରିବର୍ତ୍ତନକୁ ନେଇ ଆଜି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଉଚ୍ଚ ଶିକ୍ଷା ମନ୍ତ୍ରୀଙ୍କୁ କରିଥିବା ପ୍ରଶ୍ନ, ରେଭେନ୍ସା କଲେଜର ନାମ ପରିବର୍ତ୍ତନ କରିବାର କୌଣସି ପ୍ରସ୍ତାବ କିମ୍ବା ଯୋଜନା ରାଜ୍ୟ ରଖିଛନ୍ତି କି। ଯଦି ଏଭଳି ଯୋଜନା କିମ୍ବା ପ୍ରସ୍ତାବ ବିଚାରଧିନ ଅଛି ତାର ରୂପରେଖ, କାରଣ ଓ ବିବରଣୀ ପ୍ରଦାନ କରିବେ ବୋଲି ପ୍ରଶ୍ନ କରିଛନ୍ତି। ଏହାର ଲିଖିତ ଉତ୍ତରରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି ରେଭେନ୍ସା ବିଶ୍ବବିଦ୍ୟାଳୟର ନାମ ପରିବର୍ତ୍ତନ କରିବାର ପ୍ରସ୍ତାବ ବର୍ତ୍ତମାନ ରାଜ୍ୟ ସରକାରଙ୍କ ବିଚାରାଧୀନ ନାହିଁ। Post navigation କଟକ ବାଲିଯାତ୍ରାକୁ ମିଳିବନି ଜାତୀୟ ମାନ୍ୟତା ମଞ୍ଚେଶ୍ୱର ରେଳ ଷ୍ଟେସନରେ ଅଟକିବ ତିନୋଟି ପ୍ରମୁଖ ଟ୍ରେନ୍