ୱାକଫ ବିଲ୍ ଭୋଟିଂକୁ ନେଇ ବିବାଦରେ ଅଛନ୍ତି ସାଂସଦ ସସ୍ମିତ ପାତ୍ର । ଏହାକୁ ନେଇ ବିଜେଡି ଦଳରେ ବିବାଦ ବଢ଼ି ଚାଲିଥିବା ବେଳେ ଆଜି ଭାରତ ଫେରିଛନ୍ତି ବିଜେଡିର ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର। ଦିଲ୍ଲୀରେ ପହଞ୍ଚିବା ପରେ ୱାକଫ୍‌ ବିଲ୍‌ ଭୋଟ୍‌ ପ୍ରସଙ୍ଗରେ କିଛି କହିବାକୁ ମନା କରିଦେଇଛନ୍ତି ସସ୍ମିତ । ସେ କହିଛନ୍ତି ଏହି ପ୍ରସଙ୍ଗରେ ଦଳ ଯାହା କହିବା କଥା କହିବ । ଦଳ ମୋତେ କହିଲେ ସ୍ପଷ୍ଟୀକରଣ ରଖିବି  ।

ତେବେ ସସ୍ମିତ ବିଦେଶ ଗସ୍ତରେ ଥିବା ସମୟରେ ସେ କହିଥିଲେ ଯେ, ବିଦେଶରୁ ଫେରିଲେ ସବୁ କହିବେ କିନ୍ତୁ ଭାରତ ଫେରିବା ପରେ କିଛି ସ୍ପଷ୍ଟୀକରଣ ରଖିନାହାନ୍ତି ସସ୍ମିତ। ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି।

Leave a Reply

Your email address will not be published. Required fields are marked *