ଭୁବନେଶ୍ବରର ବିଜେପି ସାଂସଦ ଅପରାଜିତା ଷଡଙ୍ଗୀ ହେଲେ ଏସିଆ ପାସିଫିକ୍ ଗ୍ରୁପ୍ ଆଇପିୟୁ ଉପସଭାପତି। ଅପରାଜିତା ଷଡଙ୍ଗୀ ଅନ୍ତଃସଂସଦୀୟ ୟୁନିୟନ ( ଆଇପିୟୁ)ର କାର୍ଯ୍ୟକାରିଣୀ କମିଟି ଦ୍ଵାରା ମନୋନୀତ ହୋଇଥିବା ସୂଚନା ମିଳିଛି। ବାଚସ୍ପତି ଓମ୍ ବିର୍ଲାଙ୍କ ଜରିଆରେ ସୂଚନା ପାଇଥିବା ନିଜ ସୋସିଆଲ ମିଡିଆ ଏକ୍ସରେ ଟ୍ବିଟ କରି ଏହି ଖବର ଓଡ଼ିଶାବାସୀଙ୍କୁ ଜଣାଇଛନ୍ତି।

ଗତ ମାର୍ଚ୍ଚ ମାସରେ ଜେନିଭାରେ ଆଇପିୟୁ ଆସେମ୍ବଲିରେ ଅପରାଜିତା ଭାଗ ନେଇଥିଲେ। ଏସିଆ ପାସିଫିକ୍ ଗ୍ରୁପ୍ ସାଂସଦକୁ ନେଇ ଆଇପିୟୁ-ଇଣ୍ଟର ପାର୍ଲିଆମେଣ୍ଟାରୀ ୟୁନିଅନ ଗଠିତ ହୋଇଛି। ଅପରାଜିତା ଷଡଙ୍ଗୀ ଆଇପିୟୁର କାର୍ଯ୍ୟକାରିଣୀ କମିଟି ଦ୍ଵାରା ମନୋନୀତ ହୋଇଛନ୍ତି।

Leave a Reply

Your email address will not be published. Required fields are marked *