ବାତ୍ୟା ‘ଦାନା’ ଯିବାର ୧୬ଦିନ ବିତିଗଲାଣି। ଦାନାର ତାଣ୍ଡବ ଛାଡିଯାଇଛି ଅନେକ ଯନ୍ତ୍ରଣା। ବିଶେଷକରି ବଙ୍ଗୋପସାଗରର ତଟବର୍ତ୍ତୀ ଗାଈ ଗୋରୁ ଖାଦ୍ୟ ଅଭାବରୁ ଏବେ ଅନାହାରରେ। ବାତ୍ୟା ପରବର୍ତ୍ତୀ ସମୟରେ ସାତଭାୟାର ପୁରୁଣା ସ୍ଥାନ ମାନଙ୍କରେ ସମୁଦ୍ର ଜୁଆର ମାଡି ଯାଇଥିବା ଚାରିଆଡେ କେବଳ ଲୁଣା ପାଣି। ଗାଈ ଗୋରୁମାନେ ପାଣି ଟୋପେ ପିଇ ବଂଚିବା ବି ସେମାନଙ୍କ ପାଇଁ ଦୁର୍ବିସହ ହୋଇପଡିଲାଣି। ସମୁଦ୍ର କୂଳରେ ଆସନ୍ନ ମୃତ୍ୟୁ ମୁଖରେ ଥିବା ୮ଶହରୁ ଅଧିକ ଗାଈ, ବାଛୁରୀ ଓ ଷଣ୍ଢ ଅନାହାରରେ ଅଛନ୍ତି । ଏହି ନିରୀହ ଗାଈ ଗୋରୁ ଖାଇବାକୁ ପାଉନଥିବା ବେଳେ ପିଇବାକୁ ଟୋପେ ପାଣି ବି ପାଉନାହାଁନ୍ତି।

ସୂଚନାଯୋଗ୍ୟ, ବଙ୍ଗୋପସାଗର କରାଳ ଗ୍ରାସରୁ ସାତଭାୟାବାସୀଙ୍କୁ ବଗପାଟିଆରେ ଥଇଥାନ କରାଯାଇଛି। ସେମାନେ ମୁଣ୍ଡ ପୁଂଜିବା ପାଇଁ ଘର ଖଣ୍ଡିଏ ପାଇଲେ ସତ, ଜୀବିକା ପାଇଁ ସେମାନଙ୍କୁ ପୁରୁଣା ସାତଭାୟାର ଭିଟାମାଟି ଉପରେ ନିର୍ଭର କରିବାକୁ ପଡ଼ୁଛି । ସେଠାରେ ଥିବା ଚାଷଜମିରେ ଚାଷ କରି ବର୍ଷକର ଫସଲ ଅମଳ କରିବା ପାଇଁ ସେମାନେ ବାଧ୍ୟ ହେଉଛନ୍ତି। ଯାହାଫଳରେ ସେମାନଙ୍କ ଗାଈ, ଗୋରୁ ଓ ବୁଲା ଷଣ୍ଢ ଗୁଡିକ ବାଉଁଶଗଡି ନଦୀ ପାର ହୋଇ ପୁରୁଣା ସାତଭାୟାରେ ଚରାବୁଲା କରୁଛନ୍ତି । ବାତ୍ୟା ପରେ ସେଠାରେ ଲୁଣାପାଣି ମାଡିବା ଯୋଗୁଁ ଗାଈ, ଗୋରୁ ଓ ଷଣ୍ଢଙ୍କ ପାଇଁ ଖାଦ୍ୟ ଏବଂ ପାଣିର ଉକ୍ତ ଅଭାବ ପରି ଲକ୍ଷିତ ହେଉଛି।

ଶନିବାର ପୂର୍ବାହ୍ନରେ ପଶୁ ଚିକିତ୍ସାଳୟର ସହକାରୀ ପଶୁ ଚିକି ସ୍ୱାଧ୍ କାରୀ ଡାଃ. ପ୍ରକାଶ ଚନ୍ଦ୍ର ଜେନା ତାଙ୍କ ମୋବାଇଲ ଟିମ୍ ସହ ବାଉଁଶଗଡି ନଦୀ ପାର ହୋଇ ପୁରୁଣା ସାତଭାୟା ଅଂଚଳରେ ପହଁଛି ସେଠାରେ ୨୦୦ ଛେଳି ଓ ୫୦ଟି ଗାଈଙ୍କୁ ପ୍ରତିଶେଧକ ଟୀକା ଦେଇ ଫେରିଛନ୍ତି। ଫେରିବା ପରେ ଡାଃ. ଜେନାଙ୍କ କହିବା ଅନୁଯାୟୀ ସେଠାରେ ଶତାଧ‌ିକ ଗାଈ, ବାଛୁରୀ ଓ ଷଣ୍ଢ ଅଛନ୍ତି । ସେମାନଙ୍କୁ ପରବର୍ତ୍ତୀ ସମୟରେ ପ୍ରତିଷେଧକ ଦିଆଯିବ। ଯେହେତୁ ଲୁଣାପାଣି ଚାରିଆଡେ ମାଡି ଯାଇଛି, ତେଣୁ ସେମାନଙ୍କ ଖାଇବା ପିଇବାରେ ସମସ୍ୟା ଦେଖାଦେଇଛି ।

 

Leave a Reply

Your email address will not be published. Required fields are marked *