କଟକ ନିର୍ବାଚନୀ ସଭାରେ ଯୋଗଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଜନସଭାକୁ ସମ୍ବୋଧିତ କରିବା ସହ ବିଜେଡି ସରକାରଙ୍କ ଭବିଷ୍ୟତ ବାଣୀ କରିଛନ୍ତି ମୋଦୀ। ଓଡ଼ିଶାରେ ବିଜେପି ସରକାର ଗଢ଼ିବା ନେଇ ଦୃଢୋକ୍ତି ପ୍ରକାଶ କରିଛନ୍ତି।ମୋଦୀ କହିଛନ୍ତି, କଟକ ଆଧୁନିକ ଶିକ୍ଷାର ନଗରୀ, ବିକଶିତ ଭାରତର ସାମର୍ଥ୍ୟ ବଢ଼ାଇବ କଟକ। ଓଡ଼ିଶାର ସଂସ୍କୃତି ବୁଝୁନଥିବା ଲୋକ କିଭଳି ଏହାର ନେତୃତ୍ବ ନେବ? ବୋଲି ପ୍ରଶ୍ନ କରିଛନ୍ତି। ବିଜେଡିକୁ ୨୫ ବର୍ଷ ଦେଲେ, ଏହାର ପରିଣାମ କଣ ହେଲା ଦେଖିଲେ,ଓଡ଼ିଶାକୁ ଏବେ ବିଜେଡିର ମନ୍ଥର ସରକାର ପଛକୁ ନେଇଯାଇଛି,ଏବେ ଓଡ଼ିଶା ପାଇଁ ଡବଲ ଇଂଜିନ ବାଲା ବିଜେପି ସରକାର ଦରକାର। ଏଠାରେ ବିଜେପିର ପୂର୍ଣ୍ଣ ବହୁମତ ସରକାର ହେବାକୁ ଯାଉଛି, ବିଜେପି ହିଁ ଓଡ଼ିଶାକୁ ବିକାଶର ନୂଆ ଶିଖରରେ ପହଞ୍ଚାଇବ ବୋଲି ମୋଦି କହିଛନ୍ତି।

ବିଜେଡିର ଭ୍ରଷ୍ଟାଚାରୀ ରାକେଟକୁ ନେଇ ଲୋକ ଅତିଷ୍ଠ ହେଲେଣି,ଚିଟ୍‌ଫଣ୍ଡ ଦୁର୍ନୀତିରେ ବିଜେଡି ଓଡ଼ିଶା ଲୋକଙ୍କୁ ଧୋକା ଦେଇଛି, ବିଜେଡି ଓଡ଼ିଶାକୁ ଲ୍ୟାଣ୍ଡ, ସ୍ୟାଣ୍ଡ, କୋଇଲା ମାଫିଆ ଦେଇଛି।ବିଜେଡି ନେତାଙ୍କୁ କମିଶନ ନମିଳିବା ପର୍ଯ୍ୟନ୍ତ ପ୍ରକଳ୍ପ ଅଟକାଇ ରଖୁଛନ୍ତି,ବିଜେଡି ନେତା ଆପଣମାନଙ୍କୁ ସବୁ ପ୍ରକାର ଲୁଟି ଚାଲିଛନ୍ତି। ବିଜେଡି ନେତା ମାଫିଆଗିରିରେ ପୂରା ୨୪ ଘଣ୍ଟା ଲାଗିଛନ୍ତି, ଓଡ଼ିଶାର କୌଣସି ବ୍ଲକ ନାହିଁ ଯାହର ଲୋକ ଗୁଜରାଟରେ ନାହାନ୍ତି, ଓଡ଼ିଶାକୁ ବରବାଦ କରିଥିବା ଲୋକଙ୍କ ପାଇଁ ଏ ନିର୍ବାଚନ ସଜା ସଦୃଶ,ବିଜେଡି କଳା ଚିଠା ଏବେ ଲୋକଙ୍କ ସାମ୍ନାକୁ ଆସିବାରେ ଲାଗିଛି, କଂଗ୍ରେସ ଅମଳରେ ଖଣିଜ ନୀତିରୁ ୫ ହଜାର କୋଟି ମିଳିଥିଲା ମୋଦି ସରକାରରେ ଖଣିଜ ନୀତିରୁ ଓଡ଼ିଶାକୁ ୫୦ ହଜାର କୋଟି ମିଳୁଛି,ଡିଏମ୍‌ଏଫ୍‌ରେ ଓଡ଼ିଶାକୁ ୨୬ ହଜାର କୋଟି ଟଙ୍କା ମିଳିଛି,ବିଜେଡିର ଭ୍ରଷ୍ଟ ସରକାର ଏ ଅନୁଦାନକୁ ଗୋଳମାଳ କରିଛି,ଓଡ଼ିଶାରେ ସ୍କୁଲ, ପାନୀୟ ଜଳ, ସ୍ବାସ୍ଥ୍ୟସେବାର ଅଭାବ ରହିଛି।ଓଡ଼ିଶାରେ ଚାଲିଥିବା ଏ ଲୁଟତରାଜ ବନ୍ଦ ହେବା ଦରକାର, ଆପଣମାନଙ୍କ ଭୋଟ ହିଁ ଏ ଲୁଟତରାଜ ବନ୍ଦ କରିବ, ଆପଣଙ୍କ ଭୋଟ ହିଁ ଓଡ଼ିଶାର ଭାଗ୍ୟ ବଦଳାଇ ପାରିବ,ବିଜେଡି ଭ୍ରଷ୍ଟାଚାର ପାଇଁ ଯୁବକମାନଙ୍କୁ ଅନ୍ୟ ରାଜ୍ୟକୁ ଯିବାକୁ ପଡୁଛି,ଜଣେ ମାଫିଆ ଅଛନ୍ତି, ଯିଏ ପ୍ରତି ସେକ୍ଟର ଉପରେ କବ୍‌ଜା କରି ବସିଛି,ଗରିବଙ୍କୁ ହଇରାଣ କେବଳ ଶତ୍ରୁ ହିଁ କରିପାରେ।

କଟକକୁ ଚାରିପଟୁ ନଦୀ ଘେରି ରହିଛି, କିନ୍ତୁ ଏଠି ପିଇବା ପାଣି ସମସ୍ୟା, କାରଣ ଏଠିକା ସରକାର ପ୍ରକଳ୍ପକୁ ଅଟକାଇ ରଖିଛନ୍ତି। ଲୋକ କହୁଛନ୍ତି ରତ୍ନଭଣ୍ଡାର ଚାବି ତାମିଲନାଡୁ ପଳାଇଛି। ରତ୍ନଭଣ୍ଡାର ଚାବି ତାମିଲନାଡୁ କିଏ ନେଇ ଯାଇଛି। ଏଭଳି ଲୋକକୁ କ୍ଷମା କରିବେ ନାହିଁ ଓଡ଼ିଶାବାସୀ, ଏଭଳି ଅବସ୍ଥାରେ ଯାଞ୍ଚ କମିଟି ରିପୋର୍ଟକୁ ଚାପି ଦିଆଯାଇଛି, ବିଜେପି ସରକାର ଆସିବା କ୍ଷଣି ଚାବିର ରାଜ୍‌ ଖୋଲିବ, ଯାଞ୍ଚ ରିପୋର୍ଟ ସାର୍ବଜନୀନ କରାଯିବ, ଯଦି କିଛି ଗଡ଼ବଡ଼ି ଥିବ, ମୋଦି କାହାକୁ ଛାଡ଼ିବ ନାହିଁ। ଜୁନ୍‌ ୧୦ରେ ବିଜେପି ସରକାର ଆସିଲେ ଏ ମାଫିଆର ଅଣ୍ଟା ଭଙ୍ଗାଯିବ,ଆମକୁ ଓଡ଼ିଶାରେ ନିବେଶ ଦରକାର, ନୂଆ ଉଦ୍ୟୋଗ ଦରକାର,ବିଜେପିର ତାକତ ଅଛି, ଏସବୁ ବିଜେପି ହିଁ କରିପାରିବ, ଓଡ଼ିଶାର ହେବାକୁ ଥିବା ବିଜେପି ମୁଖ୍ୟମନ୍ତ୍ରୀଙ୍କୁ ସବୁ ସହଯୋଗ କରାଯିବ। ଏହାସହ କହିଛନ୍ତି,ଆପଣଙ୍କ ଉତ୍ସାହ କହୁଛି ୨୫ ବର୍ଷ ପରେ ଓଡ଼ିଶା ନୂଆ ଇତିହାସ ରଚିବ, ଜୁନ୍‌ ୧୦ରେ ବିଜେପିର ପ୍ରଥମ ମୁଖ୍ୟମନ୍ତ୍ରୀ ଶପଥ ନେବା ନିଶ୍ଚିତ, ମୋଦି ସରକାର ଦିଲ୍ଲୀରେ ଶପଥ ନେବା ବି ନିଶ୍ଚିତ।

By Nirvay

Leave a Reply

Your email address will not be published. Required fields are marked *