ଆଜି ଓଡ଼ିଶାରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ବେଳେ ଭଞ୍ଜନଗରରେ ଦେଖା ଦେଇଛି ନିର୍ବାଚନୀ ହିଂସା । ଭଞ୍ଜନଗରର ତୁରୁମୁ ପଞ୍ଚାୟତର ବେରୁଆବାଡି ଗାଁର ୪୭୮ ନମ୍ବର ବୁଥ ଭିତରେ ବିଜେଡି କର୍ମୀ ରିଗିଂ ଉଦ୍ୟମ କରୁଥିବା ଅଭିଯୋଗ ବେଳେ ହାତାହାତି ପରିସ୍ଥିତି ସୃଷ୍ଟି ହୋଇଛି । ବିଜେପି କର୍ମୀ ଅଟକାଇବା ବେଳେ ହାତାହାତି ଓ ଧସ୍ତାଧସ୍ତି ହୋଇଛନ୍ତି ଦୁଇ ଗୋଷ୍ଠୀ । ଏଠାରେ ବିଜେଡି କର୍ମୀଙ୍କ ଗୁଣ୍ଡାରାଜ ଦେଖିବାକୁ ମିଳିଛି । ତେବେ ଖବର ପାଇବା ପରେ ତାରାସିଂ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ କରିଥିବା ସୂଚନା ମିଳିଛି ।

ସୂଚନାମୁତାବକ, ଭଞ୍ଜନଗରର ତୁରୁମୁ ପଞ୍ଚାୟତର ବେରୁଆବାଡି ଗାଁର ୪୭୮ ନମ୍ବର ବୁଥ ଭିତରେ ବିଜେପି କର୍ମୀଙ୍କୁ ବିଜେଡି ସମର୍ଥକ ଆକ୍ରମଣ କରିଥିବା ଅଭିଯୋଗ ଆସିଛି । ବୁଥ୍ ରିଗିଂ କରିବାକୁ ଚେଷ୍ଟାବେଳେ ବିଜେପି କର୍ମୀଙ୍କୁ ବିରୋଧ କରିବା ଯୋଗୁଁ ଉଭୟ ଗୋଷ୍ଠୀ ମଧ୍ୟରେ ବିଜେପି ଓ ବିଜେଡି କର୍ମୀଙ୍କ ମଧ୍ୟରେ ବଚସା ହୋଇଥିଲା କ୍ରମେ ମାରପିଟ୍ ଆରମ୍ଭ ହୋଇଯାଇଥିଲା । ପରେ ପୋଲିସ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିବା ସୂଚନା ରହିଛି । ତେବେ ଆଜି ଘଷିପୁରା ନିର୍ବାଚନୀ ହିଂସାକୁ ନେଇ ରାଜ୍ୟ ନିର୍ବାଚନ ଅଧିକାରୀ କଠୋର ମତ ପୋଷଣ କରିବା ପରେ ବି ଭଞ୍ଜନଗରରେ ଏହି ଘଟଣା ସାମ୍ନାକୁ ଆସିଛି ।

Leave a Reply

Your email address will not be published. Required fields are marked *