ସମ୍ବଲପୁରରେ ଭିଡ ହିଂସା । କ୍ଷେତ୍ରାଜପୁର ଥାନା ଧୋବାପଡ଼ା ଅଞ୍ଚଳରେ କେରଳର ଜଣେ ଶ୍ରମିକକୁ କିଛି ଲୋକ ମାଡ ମାରିଥିବା ଅଭିଯୋଗ ହୋଇଛି । ତାଙ୍କର ଭାଷାଗତ ସମସ୍ୟା ଓ ସନ୍ଦିଗ୍ଧ ହାବଭାବକୁ କିଛି ଲୋକ ପିଲାଚୋରି ସନ୍ଦେହରେ ତାଙ୍କୁ ଘେରି ମାଡ ମାରିଥିବା ଜଣାପଡ଼ିଛି। ଯାହା ଭିଡିଓ ଏବେ ସୋସିଆଲ ମିଡିଆରେ ଘୂରି ବୁଲୁଛି । ଭିଡିଓରେ ଦେଖାଯାଉଛି ଯେ ବହୁ ଯୁବକ ସେହି ବ୍ୟକ୍ତିଙ୍କୁ ଘେରି ରାସ୍ତାରେ ଟାଣି ନେଉଛନ୍ତି। ସେମାନଙ୍କ ମଧ୍ୟରୁ କିଛି ତାଙ୍କୁ ଲାତ ମାରି ଆକ୍ରମଣ କରୁଥିବା ଏବଂ ଅନ୍ୟମାନେ ଗଣ୍ଡଗୋଳ ମଧ୍ୟରେ ତାଙ୍କ ବ୍ୟାଗ ଖୋଜୁଥିବା ଦେଖାଯାଇଛି। ସୂଚନା ପାଇବା ପରେ ଖେତରାଜପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କୁ ଭିଡ଼ କବଳରୁ ଉଦ୍ଧାର କରିଥିଲା। Post navigation Berhampur Engineering Student Death Case: ବ୍ରହ୍ମପୁରରେ ଇଞ୍ଜିନିୟରିଂ ଛାତ୍ରୀଙ୍କ ମୃତ୍ୟୁ ଘଟଣା, ପରିବହନ ମନ୍ତ୍ରୀଙ୍କ ପୁତୁରା ଗିରଫ Tamil Nadu Gas Tragedy: Death toll of Odia Workers rises to 5